ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କୁ ଗିରଫ ପ୍ରତିବାଦ ରେ ଦାବିପତ୍ର ପ୍ରଦାନ

କଲମପୁର-୬/୭(ମସିହା)ବଡ଼ ଖବର ସମ୍ପାଦକ ତଥ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କୁ ଗିରଫ କରାଯିବା ନେଇ ରାଜ୍ୟ ବ୍ୟାପି ପ୍ରତିବାଦର ସୁଅ ଛୁଟିବାରେ ଲାଗିଛି ।ଏ ପରିପେକ୍ଷିରେ ଆଜି କଲମପୁର ସାମ୍ବାଦିକ ସମୁହ ,ବୁଦ୍ଧିଜୀବୀ ଓ ଆଇନଜୀବୀ ମାନଙ୍କ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳ ଉଦ୍ଦେଶ୍ୟ ରେ ସ୍ଥାନୀୟ ବିଡିଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରେରଣ କରିଛନ୍ତି । ସେମାନେ ଗିରଫଦାରୀ କୁ ତିବ୍ର ନିନ୍ଦା କରିବା ସହିତ ନିସ୍ୱ।ର୍ଥରେ ଶ୍ରୀ ଦାଶଙ୍କୁ ଖଲାସ କରା ଯିବାକୁ ଦାବି କରିଛନ୍ତି ।ଏଥିରେ ସରପଞ୍ଚ ସଂଘ ସଭାପତି ଗଣେଶ ପଣ୍ଡା,ବିଜେପି ର ବରିଷ୍ଠ ନେତା ବିଜୟ ପଣ୍ଡା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନୀ,ଆଇନଜୀବୀ ବିକାଶ ଠାକୁର, ବେମାଲ, ସାମ୍ବାଦିକ ରବି ମିଶ୍ର,ସୁରେନ୍ଦ୍ର ନାଏକ, ଶୁଭେନ୍ଦୁ ପଣ୍ଡା, ଚକ୍ର ଧର ନାଏକ,ପରମାନନ୍ଦ ଠାକୁର, ଶିବ ମହାରଣା, ଗଣେଶ ବାଗ,ଦର୍ଶନ ଗୁପ୍ତା,ପ୍ରମୁଖ ଶୋଭାଯାତ୍ରାରେ ବାହାରି ବିଡ଼ିଓ ପ୍ରସନ୍ନ ପଟେଲ ଙ୍କୁ ଦାବିପତ୍ର ଦେଇ ଥିଲେ ।

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି ,କଲମପୁର, କଳାହାଣ୍ଡି

Related posts

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ସ୍ୱାଗତମ୍ ମୌସୁମୀ 

Sunil Chandra Nayak

ଉଦଘୋଷିକା ମୀନାକ୍ଷୀ ଧରଙ୍କ ପ୍ରଥମ ସ୍ମୃତି ଚାରଣ ସଭା

ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଖମାରୀଙ୍କ ପରଲୋକ, ୮୧ ବର୍ଷ ରେ ଖଡ଼ିଆଳ ମିଶନରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!