ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଲେଖିକା ସଂଘର ୨୨ତମ ବାର୍ଷିକ ଉତ୍ସବ ପାଳିତ

ଭବାନୀପାଟଣା- ୧୮/୦୭ -( ମ ନି ସ  ) ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଲେଖିକା ସଂଘର ସଦସ୍ୟା ମାନେ ବିଭିନ୍ନ ପତ୍ର ପତ୍ରିକାରେ ସେମାନଙ୍କ ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିପାରିଛନ୍ତି। ଆଜି ସ୍ଥାନୀୟ କଳାହାଣ୍ଡି ଲେଖକ ପରିଷଦ ସଭାଗୃହରେ କଳାହାଣ୍ଡି ଲେଖିକା ସଂଘ ର ୨୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ସୁଦେଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟକ ଭାବେ ବରିଷ୍ଠ ଔପନ୍ୟାସିକ ତଥା ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା ଏବଂ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଥାଶିଳ୍ପୀ ଶ୍ରୀମତୀ ଗାୟତ୍ରୀ ସରାଫ୍, ବିଶିଷ୍ଟ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରଦୀପ ସହସମ୍ପାଦକ ଶ୍ରୀମତୀ ପ୍ରଜ୍ଞା ପରିମିତା ଆଚାର୍ଯ୍ଯ ଯୋଗଦାନ କରି ବକ୍ତବ୍ୟ ବାଢିଥିଲେ। ଏହି ଅବସରରେ ସସ୍ମିତା ରଥ ଓ ସସ୍ମିତା ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ହାରମୋନିୟମ୍ ରେ ସୁରେନ୍ଦ୍ର ପଣ୍ଡା ଏବଂ ତବଲାରେ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ସହାୟତା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ୍ତି ମୁଣ୍ଡ, ବନଶ୍ରୀ ଦାସ ଓ ଆନନ୍ଦିନୀ ପାତ୍ର ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ସ୍ନେହଲତା ଷଡ଼ଙ୍ଗୀ ସରସ୍ଵତୀ ବନ୍ଦନା ‌ଗାନ କରିଥିଲେ। ଥିଲେ। ସୁଶ୍ରୀ ସଂଘମିତ୍ରା କାନୁନଗୋ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦିକା କଳ୍ପନା ରଥ ବିବରଣୀ ପଠନ କରିଥିଲେ। ଏହି ଅବସରରେ କଳାହାଣ୍ଡି ଲେଖିକା ସଂଘର ବାର୍ଷିକ ପତ୍ରିକା କଳ୍ପିତାର ଉନ୍ମୋଚନ ହୋଇଥିଲା। ପରେ ପରେ ସୋହନ‌ଲାଲ୍ ଅଗ୍ରୱାଲ ଙ୍କ ‘ ହାସ୍ୟମ୍ ଶରଣଂ ଗଚ୍ଛାମି ‘ ଓ ମାଧୁରୀ ରାଜଗୁରୁ ଙ୍କ ‘ଜଗନ୍ନାଥ ଭଜନ ‘ ଉନ୍ମୋଚନ ହୋଇଥିଲା। ସୁଶ୍ରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ସାହସିକତା ଏବଂ ସାମାଜିକ କାର୍ଯ୍ୟ ପାଇଁ ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀମତୀ ଲିପ୍ସା ପଟେଲ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୀନତି ପ୍ରଧାନ ଏବଂ ନାହେଦା ଶାହିନ ମାନପତ୍ର ପାଠ କରିଥିଲେ। ଶିଶୁ ପ୍ରତିଭା ଆଦ୍ୟାଶା ବେହେରା ଏବଂ ଅଭ୍ୟୁଦିତ୍ ପଣ୍ଡା ପତ୍ରିକାର ପ୍ରଛଦପଟ୍ଟ ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁମତି ମୁଣ୍ଡ ଏବଂ ଧନ୍ୟବାଦ ଦେଇଥିଲେ କବି ଦୀପ୍ତି ମୁଣ୍ଡ । ଏହି କାର୍ଯ୍ୟକ୍ରମର ଖାଦ୍ୟ ପାନୀୟ ବ୍ୟବସ୍ଥାର ଦାୟିତ୍ଵ ବହନ କରିଥିଲେ ସବିତା ଶତପଥୀ। କାଜଲ ମହାରଣା, ରୀତା ପାଟ୍ଟଯୋଷୀ, ସସ୍ମିତା ସାହୁ, ସାବିତ୍ରୀ ମହାରଣା, ଗୀତାଞ୍ଜଳି ମହାନ୍ତି, ପୁଷ୍ପଶ୍ରୀ ସିଂ, ସ୍ଵର୍ଣ୍ଣକାନ୍ତି ବୈକାର, ପ୍ରମୁଖ ଉପସ୍ଥିତ ଥିଲେ। ‌ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ପ୍ରାନ୍ତରୁ କବି ଏବଂ ଶ୍ରୋତା ଯୋଗ ଦେଇଥିଲେ।

Related posts

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ,ଖରିଆର ଡିଭିଜନ କର୍ମକର୍ତ୍ତାଙ୍କ ଗୁରୁତ୍ବ ପୂର୍ଣ୍ଣ ବୈଠକ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ସ୍ତୁତି ଭକ୍ତି ନୈବେଦ୍ୟ

Sunil Chandra Nayak

ଷ୍ଟେଟ ଲେବଲ ପାୱାର ଲିଫ୍ଟିଙ୍ଗ ୨୦୨୨, ଭାଗ ନେବେ, ନବରଙ୍ଗପୁର ଜିଲ୍ଲାରୁ ୭ ପ୍ରତିଯୋଗୀ

Sunil Chandra Nayak

Leave a Comment

error: Content is protected !!