ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣା ରେ ଶିକ୍ଷକଙ୍କ ପରଲୋକ

ଚନ୍ଦାହାଣ୍ଡି(ମନିସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସିଆରସିସି ତଥା କୋଇଲିମୁଣ୍ଡା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷକ ଅଶାନ୍ତ ପଟେଲ ଙ୍କ ଦୁର୍ଘଟଣା ରେ ପରଲୋକ ହୋଇଯାଇଛି। ସୂଚନା ରୁ ପ୍ରକାଶ ଶିକ୍ଷକ ସ୍ବର୍ଗତ ପଟେଲ ଆଜି ନିଜ ସ୍କୁଲ କାମ ସାରି ଚନ୍ଦାହାଣ୍ଡି ଆସୁଥିବା ସମୟରେ ଚନ୍ଦାହାଣ୍ଡି- ଉମରକୋଟ ମୁଖ୍ୟ ରାସ୍ତା ଖଡଖଡି କଲଭର୍ଟ ଠାରେ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଧକ୍କା ଦେଇ ଥିବା ବୋଲେରୋ ୟୁପି ୭୭ ଏଚ ୩୦୮୯ ମୋହରା ଗ୍ରାମ ଠାରେ ଖରାପ ହୋଇଯାଇଥିବା ବେଳେ ଗାଡି ରେ ଥିବା ତିନିଜଣ ବ୍ୟକ୍ତି ଙ୍କୁ ପୁଲିସ ଅଟକ ରଖିଛି । ମୃତ ଶିକ୍ଷକ ଙ୍କ ଶବ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶବାଗାରରେ ପୁଲିସ ଜବତ କରି ରଖିବା ସହ ଏକ ଦୁର୍ଘଟଣା ମାମଲା 88/2023 ରେ ରୁଜୁ କରି ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଚନ୍ଦାହାଣ୍ଡି ଥାନାକୁ ଆଣି ତଦନ୍ତ ଜାରି ରଖିଥିବା ଚନ୍ଦାହାଣ୍ଡି ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି । ସ୍ବର୍ଗତ ପଟେଲ ତିଲିମାଲ ବିଦ୍ୟାଳୟ ର ଶିକ୍ଷକ ହୋଇଥିବା ବେଳେ ଚଳିତ ମାସରେ ସେ ସିଆରସିସି ଭାବେ ଦାୟିତ୍ୱ ନେଇଥିଲେ। ସେ ଜଣେ ମେଧାବୀ ଶିକ୍ଷକ ହେବା ସହ ଛାତ୍ରବତ୍ସଳ, ଜଣେ ଉଚ୍ଚ କୋଟୀର ସାହିତ୍ୟିକ ,କବି ଭାବରେ ପରିଚିତ ଥିଲେ । ସେ ମଧ୍ୟ ପଟେଲ ସମାଜ ର ବ୍ଲକ ସଭାପତି ଥିଲେ। ତାଙ୍କ ବିୟୋଗରେ ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଝରୀଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ, ପିସିସି ସମ୍ପାଦକ କ୍ଷେମରାଜ ବାଘ, ରାୟଗଡା ପ୍ରଭାରୀ ଗୋବିନ୍ଦ ଜୈନ, ପ୍ରେସକ୍ଳବ ସଭାପତି ଦିଲିପ ଦାସ,ବିଇଓ ଈଶ୍ବର ମାଝୀ, ବିଡିଓ ଧର୍ମରାଜ ମାଝୀ, ଅଧ୍ୟାପକ ବିଶିକେସନ ପାଢ଼ୀ, ନଳିନୀ ଦାସ କିଶୋର ଖମାରୀ, ପୁରୁଷୋତ୍ତମ ପାରୀ, ଦୁତିବାହାନ ଖମାରି,ପଦୁଲୋଚନ ସାହୁ, ତ୍ରିପତୀ ଦଳେଇ, ସନ୍ତୋଷ ଖମାରୀ, ହୃଷିକେଶ ସୁନାନୀ, ଶରତ ମାଝୀ, ଦେବେନ୍ଦ୍ର ବାଘ, ଭୋଦେବ ବାଘ, ଗୌରହରି ନାୟକ, ଯୁବରାଜ ଜଗତ, ବସନ୍ତ ବିଶୋଇ, ପ୍ରଦୀପ ପାଢ଼ୀ, ଜୟଦେବ ଖମାରି, ବାସୁଦେବ ସୁନା, ସତ୍ୟ ଦଣ୍ଡସେନା ଙ୍କ ସମେତ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଗଭିର ଶୋକବ୍ୟକ୍ତ କରିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା – ଜଣାଣ

Sunil Chandra Nayak

ବସ ଟ୍ରକ ମୁହାଁ ମୁହିଁ 2 ଗୁରୁତର

Sunil Chandra Nayak

ବହୁଜନ ସଂଗଠନ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା: ୨୬ ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ୍

Sunil Chandra Nayak

Leave a Comment

error: Content is protected !!