ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝରିଗୁଡ଼ା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ଘଟଣା ରେ ସାତ ଜଣଙ୍କୁ ଗିରଫ କଲା ଡାବୁଗାଁ ପୋଲିସ

ଡାବୁଗାଁ, ୨୨/୦୭ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଝରିଗୁଡ଼ା ରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣା ରେ ଶୁକ୍ରବାର ସାତ ଜଣଙ୍କୁ ଗିରଫ କରିଛି ଡ଼ାବୁଗାଁ ପୋଲିସ।ଗିରଫ ଙ୍କ ମଧ୍ୟରେ ଭାରତ ମାତା ନାରୀସେବା ସମିତି ସଂଘଠନ ର ସିବାନୀ ସରକାର(୧୯),ନୁଦାଇ ଭତ୍ରା(୨୦) ଏହି ଦୁଇ ଯୁବତୀ ନୂଆଗୁଡା ଓ ବାକଲିଗୁଡା ସ୍ଥିତ ଘରୁ ଗିରଫ କରାଯାଇ ଥିବା ବେଳେ ଡାବୁଗାଁ ଥାନା ଅଧିନ ଫୁଲଭଟା ଗ୍ରାମର ତିନି ଜଣ ଲଛମନ ମିରଗାନ(୫୦),ଦୁର୍ଯ୍ୟଧନ ମିରଗାନ(୪୫),ଦସମୁ ମିରଗାନ(୨୨) ଏବଂ ଦାମା ପାଲା ଗ୍ରାମର ଯାଦବ ହରିଜନ(୩୨) ଓ ପୂଜାରୀ ଗୁଡା ଗ୍ରାମର ଯଦୁ ପନକା (୫୦) ଏହି ମାମଲା ରେ ଗିରଫ କରାଯାଇଛି ଓ ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ 19 ତାରିଖ ଦିନ ଏକ ଆତ୍ମହତ୍ୟା ଘଟଣା ର ତଦନ୍ତ କରିବା ପାଇଁ ଡ଼ାବୁଗାଁ ପୋଲିସ ଯାଇଥିଲା । କିନ୍ତୁ ସେଠାରେ ମହିଳା ଙ୍କ ପରିବାର ପକ୍ଷରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲା ଯେତେ ସମୟ ପର୍ଯ୍ୟନ୍ତ ତା ସ୍ବାମୀ କୁ ଗିରଫ କରାନଯିବ ମୃତ ମହିଳା ଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିବୁ ନାହିଁ ବୋଲି ଜିଦ ଧରି ବସିଥିଲେ।ଏବଂ ଅଭିଯୁକ୍ତ କୁହାଯାଉଥିବା ମହିଳା ଙ୍କ ସ୍ବାମୀ ସୁଶିଲ ନାଗ କୁ ଗିରଫ କରି ପୋଲିସ ଗାଡି ନିକଟ କୁ ନେଉଥିବା ସମୟ ରେ ସେଠାରେ ଥିବା ଉତ୍ୟକ୍ତ ଲୋକ ପ୍ରଥମେ ସୁଶିଲ ନାଗ ଉପରେ ଆକ୍ରମଣ କରିଥିଲେ । ପରେ ପୋଲିସ ତାକୁ ଜାଣି ଶୁଣି ଗିରଫ ନକରି ଲୁଚାଇ ରଖିଥିଲା ବୋଲି ଅଭିଯୋଗ କରି ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ଡ଼ାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଙ୍କ ସହ ଦୁଇ ଜଣ ଏସ୍ ଆଇ ଆହତ ହୋଇଥିଲେ । ଏହି ମାମଲା ରେ ଯଡ଼ିତ ସାତ ଜଣଙ୍କୁ ଗିରଫ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ ଅନ୍ୟ ଅଭିଯୁକ୍ତ ଙ୍କୁ ଖୋଜା ଚାଲିଥିବା ସୂଚନା ପ୍ରଦାନ କରିଛନ୍ତି ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ (SDPO) ନିହାର ରଞ୍ଜନ ପ୍ରଧାନ।୧୨୦/୨୨ ରେ ଏତଲା କରାଯାଇ ଅଧିକ ତଦନ୍ତ ଚାଲିଥିବା ସୂଚନା ପ୍ରଦାନ କରିଛନ୍ତି।

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ସ୍ତରରେ କ୍ରୀଡାପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଜୟ କୁମାର ମିଶ୍ର ଙ୍କ କବିତା ପରୀକ୍ଷାର ଫଳ, କାଢୁଅଛି ଝାଳ

Leave a Comment

error: Content is protected !!