ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତିଲା ସିମେଣ୍ଟ ବୋଝେଇ ଟ୍ରକ 

ପାପଡାହାଣ୍ଡି /ମୈଦଲପୁର,4/8, ମନିସ :-ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ର 26 ନମ୍ବର ଜାତୀୟ ରାଜପଥର ପୋଲିସ ଫାଣ୍ଡି ନିକଟରେ ଏକ ଚଳନ୍ତା ଟ୍ରକରେ ନିଆଁ ଲାଗି ଅଳ୍ପକେ ବର୍ତ୍ତିଯାଇଛନ୍ତି | ଟ୍ରକରୁ ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଗାଡି କୁ ରାସ୍ତା ପାର୍ଶ୍ଵ ରେ ରଖିଥିଲେ l ଗାଡିର ନିଆଁକୁ ଡ୍ରାଇଭର ଓ ଗ୍ରାମବାସୀ ଙ୍କ ସହାୟତା ରେ ପାଣି ଆଣି ଲିଭାଇବା ସହ ନିକଟରେ ଥିବା ତ୍ରିନାଥ ପଟନାୟକ ଙ୍କ ଘରୁ ପାଇପ ଯୋଗେ ପାଣି ଆଣି ନିଆଁ ଲିଭାଇଥିଲେ l ସୂଚନା ଅନୁସାରେ, ଉକ୍ତ ଟ୍ରକ (OD 14 L 0092)ରେ ରାଜଗାଙ୍ଗପୁର ରୁ ସିମେଣ୍ଟ ବୋଝେଇ ହୋଇ ବୋରିଗୁମ୍ମା କୁ ଯାଉଥିଲା l କୌଣସି କାରଣରୁ ଚକ ନିକଟରୁ ଧୂଆଁ ବାହାରିଵା ଜଣା ପଡିଥିଲା | ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଫାଣ୍ଡି ନିକଟ ଖାଲି ଥିବା ସ୍ଥାନ ରେ ରଖି ଗ୍ରାମବାସୀ ଙ୍କ ସହାୟତା ରେ ନିଆଁ କୁ ଲିଭାଇଥିଲେ ଲ

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଡାକ୍ତର ଦିନ ବନ୍ଧୁ ମହାନନ୍ଦ ଙ୍କୁ ମାଡ଼ ଘଟଣା କୁ ନେଇ ସମସ୍ତ କର୍ମଚାରୀ ଙ୍କ ଆନ୍ଦୋଳନ

Sunil Chandra Nayak

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ 

Sunil Chandra Nayak

ବ୍ୟାପକ ବୃକ୍ଷ ରୋପଣ ଓ ସଂରକ୍ଷଣ ପାଇଁ ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ଵାରା ପ୍ରତିଷ୍ଠିତ..

Leave a Comment

error: Content is protected !!