୭୬ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଧର୍ମଗଡ ସ୍ଥିତ ଶ୍ରୀ ଅରବିନ୍ଦ ପାଠଚକ୍ରର ୫୦ତମ ପ୍ରତିଷ୍ଠା ଦିବସ ଓ ଶ୍ରୀ ଅରବିନ୍ଦ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି ଅବସରରେ ଆସନ୍ତା ଅଗଷ୍ଟ ୧୪ ଓ ୧୫ ତାରିଖ ଦିନ ଧର୍ମଗତ ସ୍ଥିତ ଶ୍ରୀ ଅରବିନ୍ଦ ପାଠ ଚକ୍ରରେ ସକାଳ ଓ ସନ୍ଧ୍ୟା ୬ଘଟିକାରେ ନାମଜପ ଓ ଧ୍ୟାନ ଯୋଗ କରାଯିବ। ସକାଳ ୭ଘଣ୍ଟା ୧୦ ମିନିଟରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଜାତୀୟ ପତାକା ଉତ୍ତୋଳନ ପରେ ସକାଳ ୭.୨୦ ମିନିଟରେ ଶ୍ରୀମାଙ୍କ ଗୃହରେ ସମାଧି ଦର୍ଶନ କାର୍ଯ୍ୟକ୍ରମ ରହିଛି। ସକାଳ ୮ଘଣ୍ଟା ୧୦ ମିନିଟରେ ଅରବିନ୍ଦ ପାଠଚକ୍ରରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ ପରେ ସମାଧି ପରିସରରେ ଧ୍ୟାନ ଯୋଗ କାର୍ଯ୍ୟକ୍ରମ ରହିଛି। ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଅରବିନ୍ଦ ପାଠ ଚକ୍ରର ସଦସ୍ୟ ଓ ଭକ୍ତ ମାନଙ୍କୁ ନେଇ ଅପରାହ୍ନ ତିନି ଘଣ୍ଟା ରୁ ୫ ଘଣ୍ଟା ଯାଏଁ ନଗର ପରିକ୍ରମା ର କାର୍ଯ୍ୟକ୍ରମ ଓ ସନ୍ଧ୍ୟାରେ ଧ୍ୟାନ ଯୋଗ ଓ ପାଠଚକ୍ର କାର୍ଯ୍ୟକ୍ରମ ରଖାଯାଇଛି ବୋଲି ଅରବିନ୍ଦ ପାଠ ଚକ୍ରର ମ୍ୟାନେଜିଙ୍ଗ ସଦସ୍ୟ ଭାନୁ ପ୍ରତାପ ମିଶ୍ର ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ,୧.୬.୧୯୭୨ ମସିହାରେ ଧର୍ମଗତ ଠାରେ ଅରବିନ୍ଦ ପାଠଚକ୍ର ପ୍ରତିଷ୍ଠା ହୋଇଥିଲା ଏବଂ ୧୪.୧୧.୧୯୭୯ ମସିହାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆରମ୍ଭ ହୋଇଥିଲା। ପୁନଶ୍ଚ ଏହାର ପରିସର ମଧ୍ୟରେ ୪.୨.୨୦୦୨ ମସିହାରେ ଶ୍ରୀ ଅରବିନ୍ଦଙ୍କ ରେଲିକ୍ସ (ଦେହାଂଶ) ସେଣ୍ଟର ସ୍ଥାପିତ ହୋଇଥିଲା। ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତ ଦୁର୍ଯ୍ୟୋଧନ ମାଝୀ ଶ୍ରୀ ଅରବିନ୍ଦଙ୍କ ରେଲିକ୍ସ (ଦେହାଂଶ) ସେଣ୍ଟର ର ସ୍ଥାପନ ଉତ୍ସବରେ ଯୋଗଦେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..