ମ,ରାମପୁର,୧୩/୮( ମସୀହା) : ସଂପ୍ରତି ସାରା ଦେଶରେ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ ହେଉଛି l ଏଥିପାଇଁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଛି l କଳାହାଣ୍ଡି ଜିଲ୍ଲା ମ. ରାମପୁରସ୍ଥିତ ସିଆରପିଏଫ କ୍ୟାମ୍ପ ର ୬୪ ଏଫ୍ ବାଟାଲିୟନ୍ ପକ୍ଷରୁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୁବାସ କୁମାରଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଦେଶାତ୍ମବୋଧକ ଗୀତ ର ତାଳେ ତାଳେ ତ୍ରିରଙ୍ଗା ପତାକା ଉଡ଼ାଇ ଯବାନ ମାନେ ମୋଟରସାଇକଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠ ର ଛାତ୍ରଛାତ୍ରୀ ସାମିଲ ରହିଥିଲେ l
ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ