ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର -୨ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ

ସେକ୍ଟର -୨ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ସଞ୍ଚାଳିତ ସେକ୍ଟର -୨ ସ୍ଥିତ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷକ ତଥା ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଉପ ପ୍ରବନ୍ଧକ (କ୍ରୀଡା ) ଆର ଏନ୍ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରାରମ୍ଭିକ ସଂଗୀତ ଓ ଗୁରୁ ବନ୍ଦନା ଗାନ କରିଥିଲେ ମନୋରମା ମୁଦୁଲି , ପ୍ରକାଶିନି ଭଞ୍ଜ ଓ ସରସ୍ଵତୀ କାନ୍ତା । ଏହି କେନ୍ଦ୍ରର ଅନ୍ୟତମ ଯୋଗ ଶିକ୍ଷକ ଉର୍ମିଳା ସାହୁ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଶ୍ରୀ ପାଢ଼ୀ ତାଙ୍କ ଭାଷଣରେ ଯୋଗ ର ବିସ୍ତାର ଉପରେ ଗୁରୁତ୍ବ ଦେବା ସହିତ ଲୋକଙ୍କ ମନରେ ସଚେତନତା ଜାଗ୍ରତ କରିବାକୁ ପରାମର୍ଶ ଦେଇ ଥିଲେ । ବିଶେଷ ଅତିଥି ପ୍ରିୟଦର୍ଶିନୀ ପାଢ଼ୀ ଯୋଗର ଉପକାରିତା ଉପରେ ନିଜର ମତାମତ ଓ ଏହାର ପ୍ରଭାବ ଉପରେ ଚର୍ଚ୍ଚା କରିବା ସହିତ ମହିଳାମାନେ ଘରେ ଏତେ କାମ କରିବାପରେ ଯୋଗ ପାଇଁ ସମୟ ଦେଇ ପାରୁଥିବାରୁ ତାର ଭୂୟସୀ ପ୍ରଶଂସା କରିଥିଲେ । ଭାରତ ସ୍ୱାଭିମାନ ନ୍ୟାସର ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା ଓ ଏହାଦ୍ବାରା ବ୍ୟକ୍ତି ,ସମାଜ ଓ ଦେଶର ଆର୍ଥିକ ପ୍ରଗତିରେ ଯୋଗର ଅବଦାନ ଉପରେ ବ୍ୟକ୍ତବ୍ୟ ରଖିଥିଲେ । ବିଶେଷ ଭାବରେ ରାଉରକେଲା ଇସ୍ପାତ କାରଖାନା ତରଫରୁ ସମସ୍ତ କମ୍ୟୁନିଟ ସେଣ୍ଟର ଗୁଡିକରେ ଯୋଗକେନ୍ଦ୍ର ପାଇଁ ସ୍ଥାନ ଦେଇଥିବାରୁ ତାର ପ୍ରଶଂସା କରିବା ସହିତ ଯୋଗକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାରରେ ପରମ ପୂଜ୍ୟ ମହାରାଜ ଯୋଗଋଷିଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନୀ ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ପିୱଇଏସ ପ୍ରଭାରୀ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ , ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ ଦାଶ , କମ୍ୟୁନିଟ ସେଣ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଓ ସଂପାଦକ ପ୍ରଶାନ୍ତ କୁମାର ବିହାରୀ ତାଙ୍କ ଅଭି ଭାଷଣରେ ଯୋଗ ସୁସ୍ଥ ଓ ନିରୋଗ ଜୀବନ ପାଇଁ ବିନା ଅର୍ଥରେ ଏକମାତ୍ର ମାର୍ଗ ବୋଲି ମତ ପୋଷଣ କରିଥିଲେ । ଯୋଗକୁ ବ୍ୟାପକତା କରିବା ସହିତ ଯୋଗ କେନ୍ଦ୍ରର ବିସ୍ତାର କରିବା ଉପରେ ଗୁରୁତ୍ଵ ଦେଇଥିଲେ । ପରିଶେଷରେ ଯୋଗ ନୃତ୍ୟ ପରିବେଷଣ କରିଥିଲେ ଛୋଟ ଛୋଟ ଛୁଆମାନେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମନୋରମା ମୁଦୁଲି । ସମସ୍ତ ସହୋଯୋଗ କରିଥିଲେ କମ୍ୟୁନିଟ ସେଣ୍ଟରର କାର୍ଯ୍ୟକର୍ତ୍ତା ମାନେ । ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ କୌଶଲ୍ୟା ପୃଷ୍ଟି, ଶଶିକଳା ସାହାଣୀ, ଶୁଭଶ୍ରୀ ନାୟକ, ଶାନ୍ତିଲତା ବାରିକ, ସାଧକ ସାଧିକା ସର୍ବଶ୍ରୀ ଦେବରାଜ ଭଞ୍ଜ, ଗୌରୀ ଶଙ୍କର ପାଣିଗ୍ରାହୀ, ମମତା ମହାନ୍ତି, ସଂଯୁଲତା ସିଂ, ସ୍ନେହ, ସୁଭାଷିନୀ, ସୁରଭୀ, ବ୍ରହ୍ମା ବିନ୍ଧାଣୀ, କାଞ୍ଚନ, କାଶ୍ମୀର, ଦିଲୁ ପ୍ରମୁଖ ଯୋଗ ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ବାସୀ ପାଣି ସମସ୍ୟା ରେ ହନ୍ତସନ୍ତ:ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ

Sunil Chandra Nayak

ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର

masiha

ମାଣିକ ଫାଉଣ୍ଡେସନ ର ସଦଭାବନା ରାଲି ସହ ପଖାଳ ଦିବସ ପାଳନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort