ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

ଅଗ୍ରପୂଜ୍ୟ ଗଣେଶ

ପ୍ରତିମା ଶତପଥି

ମାତା ପାର୍ବତୀଙ୍କ ଅଙ୍ଗ ରାଗ ରୁ ଯେ
        ଜନ୍ମ ତୁମ ବିଘ୍ନ ରାଜ 
ସର୍ବ ଦେବତାଙ୍କ ଅଗ୍ରେ ତୁମ ପୂଜା
        ହୁଅଇ ହେ ଦେବରାଜ.
ସିନ୍ଦୁର ଶୋଭିତ ମସ୍ତକ ସୁନ୍ଦର
      ସ୍କନ୍ଧରେ ପଇତା ଶୋଭେ 
କଣ୍ଠେ ରେ ମୁକ୍ତାମାଳ ଯେ ବିରାଜଇ 
       ପୂଜା ପାଅ ସର୍ବ ଅଗ୍ରେ.
ଗଣ ଙ୍କର ଈଶ ନାମ ଶ୍ରୀ ଗଣେଶ
      ମୋଦକ ତୁମର ପ୍ରିୟ
ବିଦ୍ୟା ବୁଦ୍ଧି ଦାତା, ସର୍ବ ବିଘ୍ନ ହର୍ତ୍ତା
      ଏକଦନ୍ତ ଦୟାମୟ.
ମୂଷିକ ବାହାନ ଦେବ ଗଜାନନ
      ଭ୍ରମଣ କର ତ୍ରିଲୋକ
ପଞ୍ଚ ଦେବତାଙ୍କ ଅଗ୍ରେ ତୁମ ପୂଜା
      ହୁଅଇ ହେ ବିନାୟକ.
ଭାଦ୍ର ଶୁକ୍ଳ ପକ୍ଷ ଚତୁର୍ଥୀ ରେ
      କରନ୍ତି ତୁମ ପୂଜନ
ଗାଁ, ଗଣ୍ଡା, ନଗର ଓ ବିଦ୍ୟାଳୟେ
        ସର୍ବ ଛାତ୍ର ଛାତ୍ରୀ ଗଣ.
ତୁମ ଦୟା ହେଲେ ମୂର୍ଖ ହୁଏ ଜ୍ଞାନୀ
       ମାନଙ୍କ ମଧ୍ୟରେ ଗଣା
ସବୁ ଅସମ୍ଭବ ହୁଅଇ. ସମ୍ଭବ
       ମିଳିଲେ ତୁମ କରୁଣା.
ଜୟ ଜୟ ପ୍ରଭୁ ଦେବ ଗଣପତି
       ଜୟ ପାର୍ବତୀ ନନ୍ଦନ
ଚରଣ ତଳରେ ଶରଣ ପଶୁଛି
       ରକ୍ଷା କର ଗଜାନନ.

ଜିଲ୍ଲା, ଯାଜପୁର.

Related posts

ଅବସର ପ୍ରାପ୍ତ ଶିକ୍ଷକ ଭି.ଆତୁ ରାଜୁ ପଟ୍ଟନାୟକଂକୁ ସମ୍ବର୍ଦ୍ଧନା

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ମାଁ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!