ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଦଗ୍ଧ ଏ ହୃଦତଳେ ।।

।। ଦଗ୍ଧ ଏ ହୃଦତଳେ ।।

         

                 କୈଳାସ ଚ଼ନ୍ଦ୍ର ପାଢ଼ୀ 

ମଧୁଶାଳା ମୋତେ
ମୁଗ୍ଧ କରୁନି
          ଦଗ୍ଧ ଏ ହୃଦତଳେ,
କୋଟି ନିଦାଘର
ଅଗ୍ନି ହୁଳା ଯେ
          ହୁତୁହୁତୁ ହୋଇ ଜଳେ।।୧।।
ଏ ବେଳେ ଦେଖୁଛ
ସ୍ବପ୍ନ ଗୋ ତୁମେ
          ଦେହର ଦହନ କଥା,
ବୁଝିଛକି କେବେ
ଉଜୁଡ଼ା ଫୁଲର
          ଅନ୍ତର ତଳ ବ୍ୟଥା ।।୨।।
ଶବ୍ଦ-ଶିଳାରେ
ଗଢ଼ୁଅଛ ବସି
          ବିଦେହୀ ମଦନ ରୂପ,
ହୃଦ-ମନ୍ଦିରେ
ବସାଇ ପୁଜୂଛ
          ଦେଇ ଚ଼ନ୍ଦନ ଧୂପ ।।୩।।
ଲମ୍ପଟ ସେଇ
ଫଗୁଣକୁ ନେଇ
         ପ୍ରେମର-ପୂରବୀ ତୋଳ,
ଶ୍ରାବଣତ ଏକ
ଧର୍ଷିତା ଝିଅ
         ଲୁହ ଢାଳେ ଝର ଝର।।୪।।
ଦେଖିଛକି କେବେ
କଙ୍କାଳ ସାର
         ମଣିଷ ଆଖିର ଲୁହ
ପଢ଼ିଛକି ତାର
ହୃଦତଳ ବ୍ୟଥା
        ଅସହାୟତାର କୋହ ।।୫।।
ସମାଜ ଆଗରେ
ବାଢ଼ିଛକି କେବେ
         କରୁଣ କାହାଣୀ ତାର,
ଜୀବନ ଯେଉଁଠି
ପ୍ରତି ମୁହୂର୍ତ୍ତରେ
        କରୁଅଛି ହାହାକାର ।।୬।।
       

କୁମାର ପୁର , ଅନନ୍ତ ପୁର

ବାସୁଦେବ ପୁର , ଭଦ୍ରକ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ରୁପ୍ରା ଠାରେ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୋଲିସ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

ଯୁବ ରେଡକ୍ରସ ପ୍ରବେଶକାଳୀନ ସଭା

Sunil Chandra Nayak

Leave a Comment

error: Content is protected !!