ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ବାର୍ଦ୍ଧକ୍ୟଭତ୍ତା

ନବରଙ୍ଗପୁର, ୧୬/୦୯( ମ ନି ସ ) ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ଖାତିଗୁଡା ଗ୍ରାମର ବୃଦ୍ଧା ମତି କୁମ୍ଭାରଙ୍କୁ ଗତ ୫ ମାସ ହେଲା ବାର୍ଦ୍ଧକ୍ୟଭତ୍ତା ମିଳିନଥିବା ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ନଜରରେ ଆସିଥିଲା । ଏହି ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଜନକ ରାଉତଙ୍କ ପାଖରେ ପହଞ୍ଚିଥିଲା। ସଚିବ ଶ୍ରୀଯୁକ୍ତ ଜନକ ରାଉତ କଥାଟିର ଗୁରୁତ୍ଵ ବୁଝି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦ୍ଧେଶ କ୍ରମେ ସଚିବ ବ୍ଲକ ଉନ୍ନୟନ ଅଧିକାରୀ, ତେନ୍ତୁଳିଖୁଣ୍ଟି ଶ୍ରୀଯୁକ୍ତ ଦୁର୍ଜ୍ୟଧନ ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ କୁମାର ପାତ୍ର ଓ ପାରା ଲିଗାଲ ସଦସ୍ୟ ଶ୍ରୀଯୁକ୍ତ ଶେଖର ଖୁରାଙ୍କ ସହ କଥା ହୋଇଥିଲେ ଓ ବୃଦ୍ଧା ମତି କୁମ୍ଭାରଙ୍କୁ କିପରି ସାହାଯ୍ୟ ମିଳିପାରିବ ସେ ବିଷୟରେ ବ୍ୟବସ୍ତା କରିବାକୁ କହିଥିଲେ । ଏହି ନିର୍ଦ୍ଧେଶ କ୍ରମେ ବୃଦ୍ଧା ମତି କୁମ୍ଭାରଙ୍କୁ ତାଙ୍କ ଘରେ ଗତ ୧୪.୦୯.୨୦୨୨ ଦିନ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ବାର୍ଦ୍ଧକ୍ୟଭତ୍ତା ଟଙ୍କା ପ୍ରଦାନ କରାଯାଇଛି ।

ନବରଙ୍ଗପୁର ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ତୁମୁରା ଠାରେ ସଡ଼କ ଦୁର୍ଘଟଣା, ସାଇକେଲ କୁ ଧକ୍କା ଦେଲା ବାଇକ ଦୁଇ ଚାଳକ ଗୁରୁତର

Sunil Chandra Nayak

ଡଃ ନବୀନ କୁମାର ସାହୁ ଙ୍କ ଶ୍ରାଦ୍ଧ ଦିବସ ଓ କବିତା ପାଠୋତ୍ସବ

Sunil Chandra Nayak

ଦେଶର ସର୍ବୋଚ୍ଚ ଆସନ ପାଇଁ ଗଣତନ୍ତ୍ର ପ୍ରକ୍ରିୟା…

Sunil Chandra Nayak

Leave a Comment

error: Content is protected !!