ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ର

ନବରଙ୍ଗପୁର (ମ ନି ସ) ପିଲାଙ୍କୁ ମାଗଣାରେ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟର ପରିକଳ୍ପନା କରିଥିଲେ। ହେଲେ ଏହି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଶିକ୍ଷକ ଅଭାବ କାରଣରୁ ଅଧାରେ ଝୁଣ୍ଟି ପଡିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ରାଇଘର ଗଞ୍ଜାପାରା ସ୍ଥିତ ଆଦର୍ଶ ବିଦ୍ୟାଳୟରେ । ଏଠାରେ ଅନେକ ଦିନ ହେବ ରସାୟନ ବିଜ୍ଞାନ ବିଷୟର ଅଧ୍ୟାପକ ନଥିବା ବେଳେ ଅନ୍ୟ ବିଷୟ ଯେପରି ହିନ୍ଦୀ, ସଂସ୍କୃତ, କଳା ଏବଂ ସଙ୍ଗୀତ ଶିକ୍ଷକ ମଧ୍ୟ ନାହାନ୍ତି। ଫଳରେ ଏଠାରେ ଗୁଣାତ୍ମକ ଶିକ୍ଷା ବାଧା ପ୍ରାପ୍ତ ହେଉଥିବା ବେଳେ ଏନେଇ ଅନେକ ଥର ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଯୋଗ କରି ଆସୁଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ନଦେବାରୁ ଆଜି ବାଧ୍ୟ ହୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଗଞ୍ଜାପାରା ଠାରୁ ରାଇଘର ବ୍ଲକ ବର୍ଷାରେ ଭିଜି ଭିଜି ପ୍ରାୟ ୪ କିଲୋମିଟର ଚାଲି ଚାଲି ଯାଇ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ କହିବା ହେଲା ଆଉ ମାତ୍ର କେଇଟା ମାସ ପରେ ପରୀକ୍ଷା ହେବାକୁ ଥିବାବେଳେ ଆମ ଆଦର୍ଶ ବିଦ୍ୟାଳୟରେ ବର୍ତ୍ତମାନ ପର୍ଯ୍ୟନ୍ତ ରାସାୟନିକ ବିଜ୍ଞାନ ବିଷୟର ଶିକ୍ଷକ ନାହାନ୍ତି। ସେହିପରି ହିନ୍ଦୀ, ସଂସ୍କୃତ, କଳା ଏବଂ ସଙ୍ଗୀତ ଶିକ୍ଷକ ମଧ୍ୟ ଆମ ବିଦ୍ୟାଳୟରେ ନାହାନ୍ତି। ଫଳରେ ଏସବୁ ବିଷୟରେ ଆମକୁ ପାଠ ପଢିବାରେ ଅସୁବିଧା ହେଉଛି। ତେଣୁ ତୁରନ୍ତ ଆମକୁ ରାସାୟନିକ ବିଜ୍ଞାନ ବିଷୟ ସହ ଅନ୍ୟ ବିଷୟର ଶିକ୍ଷକ ଦରକାର ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ତେବେ ବ୍ଲକ୍ ଶିକ୍ଷାଧିକାରୀ ଇଶ୍ୱର ଚନ୍ଦ୍ର ମାଝୀ ଅନୁପସ୍ଥିତ ଥିବା ବେଳେ ବିଦ୍ୟାଳୟର ପ୍ରିନ୍ସିପାଲ ସୁସେନ ଢାଲି ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଫୋନ୍ ଯୋଗେ କଥା କରାଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ୧୦ ଦିନ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ସମସ୍ୟା ଦୂର କରିବା ପାଇଁ ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀ ଧାରଣାରୁ ହଟିଥିବା ଜଣାପଡିଛି।

ନବରଙ୍ଗପୁର ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଦାବି ପୂରଣ ନ ହେବାରୁ ବନ୍ଦାଗାଁ ଗ୍ରାମବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ,ହେଲେ ଅପମାନିତ

Sunil Chandra Nayak

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ 

Sunil Chandra Nayak

Leave a Comment

error: Content is protected !!