Uncategorizedସ୍ଵାଗତିକା ମିଶ୍ର ଙ୍କ କବିତା ସୁନୀଳ ଶରତ ତୋଷୁଛି ଚିତ୍ତ by Sunil Chandra NayakSeptember 23, 20220108 Share1 ସୁନୀଳ ଶରତ ତୋଷୁଛି ଚିତ୍ତ ଏକ _ସୁନୀଳ ଶରତ ବିସ୍ତାରେ ଦିଗନ୍ତ_ _ମେଦିନୀ ପାଉଛି ଶୋଭା,_ _ସ୍ୱଚ୍ଛ ଅଭ୍ରମାଳ ହୋଇ ଦଳଦଳ_ _ପ୍ରକାଶନ୍ତି ଦିବ୍ୟ ଆଭା_ l ଦୁଇ _ବାଳରବିଙ୍କର ରକ୍ତିମ ମୟୂଖ_ _ଧରା ଅଭିମର୍ଷ କଲେ,_ _ଅବନୀ ଉତ୍ସଙ୍ଗ ମଞ୍ଜୁଳ ଦିଶଇ_ _କେ ସରି ହୋଇବ ଭଲେ l_ ତିନି _ହରିଦ୍ବର୍ଣ୍ଣ ରଙ୍ଗେ ହୋଇ ରଙ୍ଗାୟିତ_ _ଅବନୀ ମୋହିତ କରେ,_ _ରଙ୍ଗବେରଙ୍ଗର କଡ଼ମ୍ବ କୁସୁମ_ _ହୃଦୟରେ ପ୍ରୀତି ଭରେ l_ ଚାରି _ସ୍ନିଗ୍ଧ କାଶତଣ୍ଡୀ ପବମାନ ସ୍ପର୍ଶେ_ _ହୁଅଇ ଦୋଳିୟମାନ,_ _ନଦୀପଠାର ସେ ଅପରୂପ କାନ୍ତି_ _ଦେଖି ଲାଗଇ ପ୍ରସନ୍ନ l_ ପାଞ୍ଚ _ଶୁଭ୍ର କାଶତଣ୍ଡୀ ତ୍ୱରାନ୍ୱିତ ହୋଇ_ _ମନେ ସୃଷ୍ଟି କରେ ଭ୍ରମ,_ _ଭରିତ କାୟାରେ ଅଶିତ ଓଢଣୀ_ _ଲାଗଇ ନବୋଢ଼ା ସମ l_ ଛଅ _ବନେ ଉପବନେ ପ୍ରସୂନ ସୁଗନ୍ଧ_ _ମାଦକତା ଭରେ ମନେ,_ _ଆକର୍ଷିତ କରେ ପାରବତୀ ପାଶେ_ _ତାର ରୁଚିର ଯୌବନେ l_ ସାତ _ଝର୍ଝର ନାଦରେ ଝରି ନିର୍ଝରିଣୀ_ _ଦର୍ଶକଙ୍କ ମନ ମୋହେ,_ _କାସାର ପୟରେ ରହି ତାମରସ_ _ପ୍ରକୃତିରାଣୀକୁ ଶୋହେ l_ ଆଠ _ଅରବିନ୍ଦ ପର୍ଣ୍ଣେ ଢଳଢଳ ତୋୟ_ _କାଚବାଟି ସମ ଦିଶେ,_ _ଉତ୍ପଳର ଅଙ୍କେ ଅଳି ନାନାରଙ୍ଗେ_ _ଆହ୍ଲାଦରେ ମଗ୍ନ ରାସେ l_ ନଅ _ସୁନୀଳ ଶରତ ତୋଷୁଅଛି ଚିତ୍ତ_ _ମାଆଙ୍କ ଉଦନ୍ତ ଆଣି,_ _ଆବିର୍ଭୁତା ହେବେ ବସୁନ୍ଧରା କୋଳେ_ _ଫଳ ଦେବେ ମନ ଜାଣି l_ ଦଶ _ଜୟ ଗୋ ଜନନୀ ମହିଷା ମର୍ଦ୍ଦିନୀ_ _ଶାକମ୍ବରୀ ମହାମାୟୀ,_ ବିଶ୍ୱ ଦୁଃଖ ହର କରୁଛି ଜୁହାର _ଚ଼ରଣେ ହୋଇ ବିନୟୀ ll_ ସ୍ଵାଗତିକା ମିଶ୍ର କଣ୍ଟାବାଞ୍ଜି (ବଲାଙ୍ଗୀର)