ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଠକରଗୋଳା ମହାବିଦ୍ୟାଳୟରେ ଏନ୍.ଏସ.ଏସ ଦିବସ ପାଳିତ

କାମାକ୍ଷନଗର (ମ.ନି.ସ)_ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ତା ୨୪/୯/୨୨ ରିଖ ରେ ପାଳିତ ହୋଇଯାଇଛି ।ଉକ୍ତ ଉତ୍ସବରେ +୨ ର ଏନ୍.ଏସ.ଏସ ୟୁନିଟ ର ୫୦ ଜଣ ଓ +୩ ୟୁନିଟ ର ୧୦୦ ଜଣ ସ୍ୱେଛାସେବୀ ଯୋଗ ଦେଇଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ସମ୍ପାଦିତ ହୋଇଥିଲା ।ଉକ୍ତ ଉତ୍ସବରେ ଜାତୀୟ ସେବା ଯୋଜନା କାର୍ଯକ୍ରମ ଅଧିକାରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସ୍ବାଇଁ, ଶ୍ରୀ ପ୍ରଦୀପ୍ତ ସାହୁ ,ଶ୍ରୀ ସୋମନାଥ ପଣ୍ଡା,ପୂର୍ବତନ କାର୍ଯକ୍ରମ ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପାତ୍ର,ପ୍ରଫେସର ପ୍ରଶାନ୍ତ କୁମାର ମିଶ୍ର,ଶ୍ରୀଯୁକ୍ତ ଲଳିତ କୁମାର ବେହେରା ଓ ସୁଶ୍ରୀ ଶୁଭସ୍ମିତା ବିଶ୍ଵାଳ ଉକ୍ତ ଦିବସର ମହତ୍ତ୍ଵ ପ୍ରତିପାଦନ କରିବା ସହିତ ସ୍ୱେଛାସେଵୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଅଧ୍ୟକ୍ଷ ଦୀକ୍ଷାନ୍ତ ଭାଷଣ ମାଧ୍ୟମରେ ଜାତୀୟ ସେବା ଯୋଜନା ଇତିହାସ ,ଆବଶ୍ୟକତା ଓ ସ୍ୱେଛାସେବୀ ମାନଙ୍କ ଭୂମିକା ଆଲୋଚନା କରିଥିଲେ । ପରିଶେଷରେ ପ୍ରଫେସର ସୋମନାଥ ପଣ୍ଡା ଧନ୍ୟବାଦ୍ ପ୍ରଦାନ କରିଥିଲେ ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ବିଜୟା ଦଶମୀ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

ସଚେତନ ନାଗରିକ ମଞ୍ଚ ର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!