ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କାମାକ୍ଷାଗରର (ମ ନି ସ)୦୮/୧୦_ଆଜି ସକାଳ ୯ ଘଟିକା ସମୟରେ କାମାକ୍ଷାନଗର, ବିଜୁ ଜନତା କାର୍ଯ୍ୟାଳୟଠାର ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ତଥା ମାନ୍ୟବର ନଗରପାଳ ଶ୍ରୀ ଧର୍ମାନନ୍ଦ ପରିଡା ଙ୍କ ଅଧ୍ୟକ୍ଷତାରେ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପରୀପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ କିଭଳି ରହିବ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।ବିଶେଷକରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଙ୍କ ଜନ୍ମ ଦିଵସ ୧୬ ଅକ୍ଟୋବର ଦିନ ରକ୍ତଦାନ ଶିବିରରେ ଏକ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉକ୍ତ ବୈଠକରେ କାମାକ୍ଷାନଗର ଵ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ , ଏନ୍.ଏ.ସି ଉପ ନଗରପାଳ ଶ୍ରୀମତୀ ସକୁନ୍ତଳା ସେଠୀ , ଏନ୍.ଏ.ସି ର ସଭାପତି ଶ୍ରୀ ଆଦିତ୍ୟ କୁମାର ଆଚାର୍ଯ୍ୟ, ଵ୍ଲକ ସଭାପତି ଶ୍ରୀ ଲଳିତ କୁମାର ସାହୁଙ୍କ ସମେତ ଵ୍ଲକ ଓ ଏନ୍.ଏ.ସି ର ଛାତ୍ର ,ମହିଳା ଯୁବ ସଭାପତି ଆଦି ମଞ୍ଚାସୀନ ହୋଇ ପ୍ରସ୍ତୁତି ବୈଠକକୁ ଶୋଭା ବର୍ଦ୍ଧନ କରିଥିଲେ ଏହାସହିତ ଏନ୍.ଏ.ସି ଅଞ୍ଚଳର ସମସ୍ତ କାଉନସିଲର ବୃନ୍ଦ , ଵ୍ଲକ ଅଞ୍ଚଳର ସମିତି ସଭ୍ୟ, ସରପଞ୍ଚ ଙ୍କ ସମେତ କାମାକ୍ଷାନଗର ର ସମସ୍ତ ବିଜେଡି କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଆମ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଓ ଏସ୍ ଆର୍ ଟି ସି ଜୋନ୍ ରେ ବହୁ ଲକ୍ଷ ଟଙ୍କାର କେଳେଙ୍କାରୀ, ଅର୍ଥ ଆତ୍ମସାତ୍ ଘଟଣାରେ ପ୍ରଦୀପ ପଟ୍ଟନାୟକ କୁ କୋର୍ଟ ଚାଲାଣ କରିଛି ପୋଲିସ

Sunil Chandra Nayak

କୋକସରା ବ୍ଲକ ସ୍ତରୀୟ କ୍ରୀଡା ଓ ଖେଳ ଅଭିଯାନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!