ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ନିଆଁ

         ନିଆଁ 

ଦୁଃଖର ନିଆଁ ଜାଳିଦିଏ ହୃଦୟେ 
କାମନାର ମୋହ ପାଇଁ
ଯଉବନ ବୃକ୍ଷ ଛାଇ ଦିଏ ନାହିଁ
ଉଇକୀଟ ଗଲେ ଖାଇ l
ବୃଦ୍ଧ ପକ୍ଷୀ ସାହାରା ଖୋଜେ
ପକ୍ଷୀ ପୁତ୍ର ଆଶ୍ରା ପାଇଁ
ଉନ୍ମାଦନା ଗ୍ରୀଷ୍ମ ଜାଳି ଦିଏ ସବୁ
ଘାସପତ୍ର,ଲତା ,ଭୂଇଁ l
ଧୋକାବାଜ ପ୍ରେମ ମନେ କଷ୍ଟ ଦିଏ 
ଆଜିର ଯୁବକ ଯୁବତୀ ପାଇଁ
ନଈ ବଢ଼ି ଜଳ ସୀମା ଲଂଘିଯାଏ 
ବାଟବଣା ପଥ ହୋଇ l
ପାଠପଢା ପିଲା ପାଠ ଭୁଲି ଯାଏ
ଅମାନିଆ ମନ ହୋଇ
ଘର କାମ ଧାମ ସବୁ ଭୁଲି ଯାଏ
ଅନୈତିକ ପ୍ରୀତି ପାଇଁ l
ଏଂଥୁଡିଶାଳରେ ମାଆ ଶେକା ନିଆଁ
ଛୁଆକୁ ଦିଏ ବଳ,ଶକତି
ଅନ୍ତିମ ସମୟେ ମଶାଣିର ନିଆଁ
ପ୍ରାପ୍ତି ହୁଏ ଶେଷ ମୁକତି l
ଯଉବନ ବେଳାରେ ବିବାହ ନିଆଁ
ଦୁଇ ଆତ୍ମା ଯାଏ ମିଶି 
ଚୋରା ପୀରତି,ପ୍ରେମର ନିଆଁ
ଚିତ୍ତ, ମନ କଷ୍ଟ ବେଶୀ l

           

            ଜଗଜ୍ଜୀବନ ସା

              କୁମ୍ଭାରୀ,ଗୋଲାମୁଣ୍ଡା
              କଳାହାଣ୍ଡି (ଓଡିଶା ) 
           

Related posts

ମମତା ସାହୁ ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରୁଛି ଶବ,ଗାଁରେ ଶୋକାକୁଳ ପରିବେଶ

Sunil Chandra Nayak

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

Sunil Chandra Nayak

Leave a Comment

error: Content is protected !!