ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ

ଡାବୁଗାଁ, ୨୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ଭୁତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ବକୃତା, ସଙ୍ଗୀତ, ସୃଜନ ଲିଖନ, ଶ୍ରୁତଲିଖନ ଓ ହସ୍ତାକ୍ଷର, ମଧ୍ୟାନ୍ନ ଭୋଜନ ଆର୍ଟ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରଯାଇଥିଲା | ନୃତ୍ୟରେ ଡୁମୁନିଗୁଡା ପ୍ରାଥମିକ ବିଦ୍ୟାଳୟ (୧ମ), ଭୁତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୨ୟ) ଓ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ (୩ୟ) ସ୍ଥାନ ଅଧିକାରୀ କରି ପୁରସ୍କୃତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ସରକାରୀ ପଞ୍ଚାଯତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସଚନ୍ଦ୍ର ରାୟ, ସମ୍ମାନୀତ ଅତିଥି ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଘରାଇ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବନାଲତା ମହାନ୍ତି, ଶିକ୍ଷକ ରତିକାନ୍ତ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ବିଦ୍ୟାଳୟର ଶିକ୍ୟୟତୃ ଗିରିଶବାଳା ଜେନା, ପୁଷ୍ପାଞ୍ଜଳି ମଣି, ସୁଜ୍ଞାନୀ ବେହେରା, ସସ୍ମିତା ପୁଇଁ, ତ୍ରିନାଥ ପାନ୍ଦିଆ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଏଥିରେ ୧୨ ଟି ବିଦ୍ୟାଳୟର ଛାତ୍ରୀ ଛାତ୍ର ମନ ଭାଗ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୂଳସୀ

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ , ପୋଲିସ କର୍ମଚାରୀ ଙ୍କୁ ନୂଆପଡ଼। ହେବ ସ୍ଥାନାନ୍ତର

ନାଳ ଉପରେ ପୋଲ ନ ଥିବାରୁ ପଲସାପଦର ତଥା ଆଖପାଖ ଅଞ୍ଚଳ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!