ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସେନେହ ଦଉଡ଼ି ମୋତେ ନେଲା ଭିଡ଼ି
    ପ୍ରୀତି ହେଲା ମୋ ବନ୍ଧନ
 ପରସ୍ପର ଭାବ ଦୁଇ ବନ୍ଧୁ ମଧ୍ୟେ
      ଦର୍ଶନ ମୋ ଭଗବାନ।
ଚାହିଁ ଚାହିଁ ବନ୍ଧୁ ଭାବେ ଦେଖା ହେଲୁ
      ଅନ୍ତରରେ ଦୁଃଖ କଥା
ଅନୁଭବ କରି ବୁଝି ପାରୁଥିଲେ
   ଧର୍ଯ୍ୟ ଧର ଯିବ ବ୍ୟଥା।
ସମୟ ସବୁଠି ସର୍ବ ଶକ୍ତିମାନ 
     ଭାଗ୍ୟ କଷଟି ପଥର
ଆସି ଭାବ ଥରେ ମୋ ପରିବର୍ତ୍ତନ
   ପ୍ରଭୁ ପାଦେ ମୋ ଜୁହାର।
ନିତି ଜପ ସ୍ତୁତି ତୁଟେ ଭୟ ଭ୍ରାନ୍ତି
     ହୃଦୟ ହୁଏ ନିର୍ମଳ
ଯେଉଁ କାମ କଲେ ପଥ ପରିଷ୍କାର
     ଜୀବନ ହୁଏ ସଫଳ।
କାର୍ତ୍ତିକ ମାସର ସଂସ୍କୃତି ନିୟମ
    ନିତି ହୁଏ ଯେ ପାଳନ
ଦୁଃଖ ଅବଷାଦ ଦୂର ହୋଇ ଯିବ
       ପ୍ରଭୁଙ୍କୁ ରଖ ପ୍ରଧାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଲୋକାର୍ପିତ ହେଲା ଲାଞ୍ଜିଗଡ଼ ବ୍ଲକର ୯ଗୋଟି ୫-ଟି ରୁପାନ୍ତରିତ ସ୍କୁଲ   

ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବୋଲ ବମ

Sunil Chandra Nayak

Leave a Comment

error: Content is protected !!