ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ବ୍ରାହ୍ମଣ ସମାଜ ବୈଠକ

ଡାବୁଗାଁ, ୩୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଡାବୁଗାଁ ବ୍ରାହ୍ମଣ ସମାଜ ର ଏକ ବୈଠକ ସମାଜ ସଭାପତି ଧୀରେନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ରାହ୍ମଣ ପରିବାରର କୌଣସି ମୃତ କାର୍ଯ୍ୟ ହେଲେ ସମାଜର ସଭାପତିକୁ ଦରଖାସ୍ତ ଦେବାକୁ ପଡିବ, ବ୍ରାହ୍ମଣ ମାନଙ୍କର ସଭା ଆରମ୍ଭ ବୈଦିକ ମନ୍ତ୍ର ଉଚାରଣ କରି ସଭା ଆରମ୍ଭ ହେବ, ପରବର୍ତ୍ତୀ ବୈଠକ ଡିସେମ୍ବର ୨୫ ତାରିଖରେ ହେବା ନେଇ ନିଷ୍ପତି ହୋଇଛି ଓ ଏହି ବୈଠକରେ ନୂତନ କମିଟି ଗଠନ କରାଯିବ | ଏହି ବୈଠକରେ ସମ୍ପାଦକ ଶରତ ଚନ୍ଦ୍ର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରକାଶ ମହାପାତ୍ର, ଉପଦେଷ୍ଟା ଗୋଦାବରିଶ ମହାପାତ୍ର, ସୁରେନ୍ଦ୍ର କୁମାର ମିଶ୍ର, କାଶୀନାଥ ତ୍ରିପାଠୀ, ଗୋବିନ୍ଦ ପଣ୍ଡା, ଅଜୟ ବଲ୍ଲଭ ପଣ୍ଡା, ପୁପୁନ ପଣ୍ଡା, ସରୋଜ ମିଶ୍ର, ରାଜେନ୍ଦ୍ର ମିଶ୍ର, ବୁଢା ମିଶ୍ର, ମନମଥ ପଣ୍ଡା ଙ୍କ ସମେତ ପ୍ରାୟ ୪୦ରୁ ଊର୍ଦ୍ଧ୍ଵ ବ୍ରାହ୍ମଣ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କର ରିପୋର୍ଟ

Related posts

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା ଚାଲ ଫେରିଯିବା ଆଦିମ ଯୁଗକୁ

Sunil Chandra Nayak

ଗହଣା ତିଆରି ଦୋକାନ ରୁ ସୁନା ଚୋରି ଅଭିଯୋଗ

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ OUTR ର ହେବ ରୂପାନ୍ତର

Leave a Comment

error: Content is protected !!