ଭବାନୀପାଟଣା : ତା ୦୭/୧୧/୨୦୨୨ ରିଖ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୨-୨୩ ଉଦଘାଟିତ ହୋଇଯାଇଛି।ଏହା ଏକ ସପ୍ତାହ ତଥା ୧୩ ନଭେମ୍ବର ରେ ସମାପ୍ତ ହେବ। ବିଭିନ୍ନ କ୍ରୀଡା ରେ ସ୍କୁଲ ର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ କ୍ରୀଡା ଶରୀର ମନ ତଥା ଜ୍ଞାନ ର ବିକାଶ ରେ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉତଘାଟନ ସଭା ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମନ୍ତବ୍ୟ ଦେଇଥିଲେ ଓ ବିଭିନ୍ନ ବିଭାଗ ରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଜାନୁୟାରୀ ୧୨ ସ୍କୁଲର ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ଡ ନାୟକ କହିଥିଲେ। ସଂମ୍ମାନିତ ଅତିଥି ରୂପେ ତଳବେଲଗଁ ପୂର୍ବତନ ସରପଞ୍ଚ ରାଜୁ କରୁଆ, ସ୍କୁଲ ର ଉପଦେଷ୍ଟା ମଣ୍ଡଳୀ ର ବରିଷ୍ଠ ସଦଶ୍ୟ କନ୍ଦର୍ପ ତାଣ୍ଡି ଉପସ୍ଥିତ ଥିବା ବେଳେ ଶିକ୍ଷକ ବସନ୍ତ ନାଏକ, ତପନ ନାଏକ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟ ସାମନ୍ତରା,ଗୀତାଞ୍ଜଳି ସାହୁ, ମନୀଷା ସିଂନ୍ନା, ମିକୁମିକ୍ସ ନାଏକ, ଚନ୍ଦ୍ରପ୍ରଭା ମିଶ୍ର ଓ ସାଧନା ପ୍ରଧାନ, ସୁଶାନ୍ତ ନାଏକ, ବୃଷଭ ଦାସ, ନରେଶ ସୁନାନୀ ସହଯୋଗ କରିଥିଲେ।
previous post
next post