ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା ଶୀତ ଆସିଛି

  ଶୀତ ଆସିଛି

ପ୍ରତିମା ଶତପଥି

ହେମନ୍ତ ପରେଶୀତ ଆସିଛି
        ପସରା ତାର ଧରି
ସମସ୍ତ ଙ୍କୁ ତା ପରଷ ଦେବ 
     ଶୀତରେ ଯିବେ ଥରି.
ପୌଷ, ମାଘ, ଦୁଇ ମାସରେ
      ତା ପରାକ୍ରମ ଭାରି
ବୁଢ଼ା, ବୁଢ଼ୀ, ଯେ ଶୀତ କୁ ଦେଖି
       ଭୟରେ ଯାନ୍ତି ଡରି
ରେଜେଇ, ଆଉ କମ୍ବଳ ତଳେ
      କାଟନ୍ତି ଦିନ ରାତି
ଧୂନି ଲଗାଇ ତାହାରି ପାଶେ
       ଆନନ୍ଦେ ବସିଥାନ୍ତି.
ଚାହା ଓ କଫି, ବହୁତ ଖୁସି 
      ଲୋକ ଙ୍କର ଆଦର
ଶୀତ ଆସିଲେ ତାଙ୍କ ଉପରେ
      ସମସ୍ତଙ୍କ ନଜର.
ଖରା ଦିନରେ ତାହାଙ୍କୁ ଲୋକେ
       କେହି ଖୋଜନ୍ତି ନାହିଁ
ଆଇସିକ୍ରିମ, ଥଣ୍ଡା ବୋତଲ
     ଚାହିଦା ବଢିଥାଇ.
ମାଆ ଲକ୍ଷ୍ମୀ ଙ୍କ ହୁଅଇ ପୂଜା
      ନୂଆ ବୋହୂଟି ଉଠି
ସକାଳୁ ସ୍ନାନ କରି ଦୁଆରେ
     ପକାଏ ଚିତା ଝୋଟି 
ଚାଷୀ ଭାଇର ଭାରି ଆନନ୍ଦ
      ଫସଲ କାଟେ ସୁଖେ
ଖଳାଟି ତାର ଧାନ ଓ ରବି 
     ଫସଲରେ ଉଛୁଳେ.
କୁହୁଡି ରାଣୀ ପଣତ ଉଡେ 
       ଶୀତୁଆ ଶାଢ଼ୀ ପିନ୍ଧେ
ନାନା ପ୍ରକାର କୁସୁମ ଫୁଟେ
     ଦିଗ ବାସ ଇ ସୁଗନ୍ଧେ 
ସକାଳ ଖରା ଲାଗେ ମଧୁର
        ଶୀତ ରାଜୁତି ପାଇଁ
ସୂର୍ଯ୍ୟ କିରଣ ପଡିଲେ ଦେହେ 
       ଆରାମ ଲାଗୁଥାଇ
ଶୀତ ଦିନରେ ଖାଦ୍ୟ ପାନୀୟ
       ଗରମ ଥିଲେ ଖାଅ
ଶୀତ ଅଟଇ ଦେହକୁ ହିତ
       ମନୁ ଭୁଲିବା ନାହିଁ.

ଜିଲ୍ଲା,, ଯାଜପୁର.

Related posts

ରାଇରଙ୍ଗପୁରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଦେଶାତ୍ମବୋଧକ କବିତା ଆସର

Sunil Chandra Nayak

ମମତା ସାହୁ ଙ୍କ କବିତା ଆସ ତୁମେ ଥରେ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!