ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ ଏବଂ’ ‘ ପ୍ରଦାନ ‘ ସ୍ବେଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 ମୟୂରଭଞ୍ଜ -୨୪/୧୧/୨୨ (ମସିହା) ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ରାଜ୍ୟ ସରକାର ଚାଷୀ ତଥା ମାଛଚାଷୀ ହେଉ ଅବା ଅନ୍ଯ ଚାଷୀ ହେଉ ସେମାନଙ୍କୁ ସ୍ବାଲମ୍ବନଶୀଳ ଓ ଆର୍ଥିକ ଉନ୍ନତିର ବିକାଶ ପାଇଁ ବହୁବିଧ ଯୋଜନା ହାତକୁ ନେଇଛନ୍ତି ।ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆସିଆର/ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ କାର୍ଯ୍ୟାଳୟ ଏବଂ ‘ପ୍ରଦାନ ‘ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଡଃ ଖୁଣ୍ଟିଆ ମୁର୍ମୁ ସ୍ବାଗତ ଭାଷଣ ଦେବାସହ ମତ୍ସ୍ଯ ଜାଆଁଳ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ ।ସିଫାର ମତ୍ସ୍ୟ ବିଶେଷଜ୍ଞ ଡଃ ସଂଗ୍ରାମ ସାହୁ କହିଥିଲେ ଚାଷୀ ଦେଶର ଆତ୍ମା ସେ ଯେଉଁ ପ୍ରକାର ଚାଷୀ ହେଉ ।ମାଛ ଚାଷ ସବୁଠାରୁ ଲାଭଜନକ ଚାଷ ।ଆଉ କିଛିବର୍ଷ ପରେ ଓଡ଼ିଶା ମାଛ ଉତ୍ପାଦନର ଏକ ଅଗ୍ରଣୀ ରାଜ୍ୟ ହେବ ।ସେ ମତ୍ସ୍ୟ ଚାଷର ବିଭିନ୍ନ ପର୍ଯ୍ୟାୟ ଉପରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ । ଡଃ କେ ଏନ ମହାନ୍ତ ମାଛ ଖାଦ୍ୟର ଉପକାରିତା ଉପରେ ଆଲୋକପାତ କରିଥିଲେ । ଡଃ ପି ସ୍ବାଇଁ ମାଛର ରୋଗ ଓ ଉପଚାର ଉପରେ ବୁଝାଇଥିଲେ ।ମାଛଚାଷୀମାନେ ସାଂପ୍ରତିକ ପରିସ୍ଥିତିରେ ମାଛଚାଷ ନେଇ ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ ପଚାରିବା ସହ ବିଭାଗୀୟ ଅଧିକାରୀ ମାନେ ସରଳ ଭାବରେ ସନ୍ତୋଷଜନକ ଉତ୍ତର ଦେଇଥିଲେ । ଡଃ ଏଲ ସାହୁ ଉନ୍ନତମାନର ଯାଆଁଳ ର ଉପକାରିତା ଉପରେ ଆଲୋକପାତ କରିଥିଲେ ।ଶେଷରେ ରାଇରଙ୍ଗପୁର ମତ୍ସ୍ୟ ବିଭାଗ ସହକାରୀ ଅଧିକାରୀ ଶ୍ରୀ ନିଗମ କୁମାର ରାଜ୍ୟ ସରକାରଙ୍କର ମତ୍ସ୍ୟ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।ଏହି ପ୍ରଶିକ୍ଷଣ ଶିବିରରେ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଏବଂ ରାଇରଙ୍ଗପୁର ବ୍ଳକର ବିଭିନ୍ନ ଗ୍ରାମରୁ ୭୦ ରୁ ଉର୍ଦ୍ଧ୍ବ ମାଛଚାଷୀ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରି ବହୁ ମୂଲ୍ୟବାନ ତଥ୍ୟ ଆହରଣ କରି ଅତ୍ୟନ୍ତ ଖୁସି ହୋଇଥିଲେ ।ପରେ ମତ୍ସ୍ୟ ବିଭାଗ ତରଫରୁ ମାଛଚାଷ ନିମନ୍ତେ ଜାଲ,ମାଛ ଖାଦ୍ୟ,ମାଛରୋଗ ସମ୍ବନ୍ଧୀୟ ଔଷଧ ଇତ୍ୟାଦି ମାଗଣାରେ ବଣ୍ଟନ କରାଯାଇଥିଲା । ଡଃ ସଂଗ୍ରାମ ସାହୁ କହିଥିଲେ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ମାଛ ଚାଷୀଙ୍କ ପାଇଁ ସବୁବେଳେ ଖୋଲା ।ଯେତେବେଳେ କିଛି ଜାଣିବାକୁ ଚାହିଁବେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ସଙ୍ଗେ ସଙ୍ଗେ ବୈଷୟିକ ଜ୍ଞାନ ଯୋଗାଇଦେବେ ବୋଲି କହିଥିଲେ । ପ୍ରଶିକ୍ଷଣଟି ଅତି ସଫଳତାର ସହ ସଂପନ୍ନ ହୋଇଥିବାରୁ ବିଭାଗୀୟ ଅଧିକାରୀ ଏବଂ ଚାଷୀବୃନ୍ଦ ଅତ୍ୟନ୍ତ ଖୁସି ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜୟ କୁମାର ମିଶ୍ର ଙ୍କ କବିତା ତୁମକୁ ଭଲ ପାଏ ବୋଲି

Sunil Chandra Nayak

ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ କିରୋସିନ ଢାଳି ହତ୍ୟା କଲେ ବିବାହିତ ଯୁବକ

Sunil Chandra Nayak

ସହିଦ୍ ଶ୍ରାଦ୍ଧୋତ୍ସବ ସ୍ମୃତି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!