ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସ୍ତରୀୟ କ୍ରୀଡା ଓ ଖେଳ ଅଭିଯାନ ଅନୁଷ୍ଠିତ

କୋକସରା,୦୬/୧୨ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡା ଉଦଘାଟିତ ହୋଇଯାଇଛି। ସୋମବାର କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସଵ କୁ ଜବାହାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ବିଆରସିସି ତୋଫାନ ମାଝୀ,ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦିନବନ୍ଧୁ କର,ଲଡୁଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ପରେ ଆନୁଷ୍ଠାନିକ ଭାବେ ଅତିଥିମାନେ କ୍ରୀଡା ଉତ୍ସଵ ଉଦଘାଟନ କରିଥିଲେ। କ୍ରୀଡ଼ା ଉତ୍ସଵ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଦୌଡ଼, କବାଡ଼ି, ଭଳିବଲ,ଫୁଟବଲ ବେଡ଼ମିଣ୍ଟନ ଯୋଗା କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଖେଳ ଶିକ୍ଷକ ଅମିତ ମହାନ୍ତି ସମେତ ଅନ୍ୟ ହାଇସ୍କୁଲ ର ଖେଳ ଶିକ୍ଷକ ଶଙ୍କର ପୋଢ଼, ସୁଧୀର ପଣ୍ଡା କ୍ରୀଡା ପରିଚାଳନା ରେ ସହଯୋଗ କରିଥିଲେ। ବ୍ଲକ ସ୍ତର ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବା ର ସୁଯୋଗ ପାଇବେ। କାର୍ଯ୍ୟକ୍ରମ କୁ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ସହଯୋଗ କରିଥିଲେ। କ୍ରୀଡା ଅଭିଯାନ ରେ ବ୍ଲକ ର ସମସ୍ତ ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ କୁ ଶିକ୍ଷକ ହେମନ୍ତ ମାଝୀ ପରିଚାଳନା କରିଥିବା ବେଳେ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମିନତି ଦାଶ ଙ୍କ କବିତା ଶ୍ରୀ ଗଣେଶ

Sunil Chandra Nayak

ରାଜେଶ କୁମାର ମୁଣ୍ଡ ଙ୍କ କବିତା ଅନାମିକା

ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!