ଜଣାଣ
ମାନଗୋବିନ୍ଦ ସ୍ବାଇଁ
ମୋ ଦିନ ସରିବ ତୁମରି ସେବାରେ
ଭଜି ଭଜି ତୁମ ନାମ
କୀର୍ତ୍ତନ କରୁଛି ପ୍ରାର୍ଥନା କରୁଛି
ତୁମେ ମୋର ସର୍ବ ନାମ।
ତୁମକୁ ଚାହିଁଲେ ତୁମକୁ ଦେଖିଲେ
ଭରି ଉଠେ ମୋ ଉଦର
ଦାସିଆ ବାଉରୀ ଜାଚି ଦେଲ ଖାଦ୍ୟ
ପୁଣ୍ୟ କଲ ତା ଆହାର।
ଶ୍ରୀଫଳ ଜଳକୁ ମଥାରେ ଢାଳିଲେ
ମାନସିକ କାମ ପୁଣ୍ୟ
ଧଣ୍ଡାର ତୂଳସୀ ଜଳ ପାନ କଲେ
ଦେହ ମନ ହୁଏ ଧନ୍ୟ।
ଦୀପର ଅନଳ ଦୁଇ ହାତ ନେଇ
ମଥା ଲଗାଇ ପବିତ୍ର
ଆଶିର୍ବାଦ ପ୍ରଭୁ ଦିଅ ଥରେ ମୋତେ
ନାମ ଖାଇବି ସର୍ବତ୍ର ।
ଏତିକି କରୁଣା କର ନାହିଁ ଉଣା
ରକ୍ଷା ଦିଅ ବାହୁ ତଳେ
ସବୁ ଦିନ ଥିବି ତୁମ ଆଶ୍ରା କରି
ମୋ ଭାବ ଦେ ନିଳାଞ୍ଚଳେ।
ତୁମକୁ ଭଜୁଛି ତୁମକୁ ଚିନ୍ତୁଛି
ଭକ୍ତି ରଖିଛି ମୋ ମନେ
ନିଳାଞ୍ଚଳ ବାସ ଦିଅ ମୋ ସାହସ
ନାମ ଜପ ସବୁ ଦିନେ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା