l l l ଅପ୍ରିୟ ସତ l l l
ନିରୁପମା ପାଣି
ହାରିଗଲାପରେ ମଣିଷ କିଛି ଶିକ୍ଷା ପାଏ ! ଯେଉଁଟା ତାକୁ ଠିକ୍ ଲାଗିଥାଏ!! ଜିତିବା ଆଶାରେ ହୋଉ କି ‘କିଛି ପାଇବା ଆଶାରେ ମଣିଷ ବୋହୁତ ଲାଗିପଡିଥାଏ! ସବୁ ମଣିଷଙ୍କ ନିୟତି ନଥାଏ ସବୁ କିଛି ପାଇବାକୁ !!
ଯେମିତି କି ଯିଏ ଗଛଟିଏ ଲଗାଏ ସେ କେବେ ଆଶା ରଖିନଥାଏ ସେହି ଗଛର ଫଳ ସେ ଖାଇବ କି ‘ ଆଉ କିଏ ଖାଇବ ! ହେଲେ ଯିଏ ଗଛ ଲଗାଏ ମନେମନେ ଖୁସିହୁଏ ଗଛଟିଏ ଲଗେଇ ଥିବାରୁ!! ଠିକ୍ ସେମିତି ଯଦି ସବୁ ମଣିଷ କିଛି କରି ଫଳ ଆଶା ନ ରଖିବେ ବୋଧ ହୁଏ ସମସ୍ତଙ୍କର ଲାଭ ନହେଲେବି ନିଜର କ୍ଷତି ହବନି!!
ଆଜିକା ସମାଜରେ ସବୁଆଡେ ଦେଖିବାକୁ ମିଳୁଛି ବୃଦ୍ଧ ପିତାମାତା ମାନେ ଅବହେଳିତ ! ସମସ୍ତେ ଶତ ମୁଖ ପୁଅଟିର ଦୋଷ ଦେବାରେ ! ପୁଅ ଖାଇବାକୁ ଦେଉନି ବାପା ମାଆଙ୍କୁ ପାଖରେ ରଖୁନି ଇତ୍ୟାଦି !!
କେହି ଥରେବି ପୁଅଟି ବାହାହେଲାପରେ କେତେ ଚାପରେ ରହୁଛି ବୁଝିପାରୁ ନାହାନ୍ତି! ପ୍ରତ୍ୟେକ ପୁଅ ବାହାହେଲା ପରେ ନିଜ ଖୁସିକୁ ବଳି ଦେଇ ଅଭୀନୟ କରୁଛନ୍ତି ! ବେଶି ନିଜ ଇଛାରେ ବାହାହେଇଥିବା ପୁଅ ମାନେ! ଭିତରେ କାନ୍ଦିଲେବି କାହାକୁ କହିପାରୁ ନାହାନ୍ତି! ଇଛା ଥିଲେବି ବାପ ମାଆ କୁ ପଦେ କଥା ହେଇ ପାରୁ ନାହାନ୍ତି!! କିଛି ଦେଇପାରୁ ନାହାନ୍ତି ବି!! ଆଜିକାଲି ପୁରୁଷ ଯଦି ସ୍ତ୍ରୀ ହାତରେ କଣ୍ଢେଇ ନ ସାଜିବେ ସେମାନେ ବରବାଦ୍ ହୋଇଯିବେ!! ପ୍ରତ୍ୟେକ କଥାରେ ସ୍ତ୍ରୀ ର ଧମକ ର ଭୟ ତାଙ୍କୁ ଡରେଇଡରେଇ ରଖୁଛି ! କିଏ ପଳେଇବ ଧମକ୍ ଦେଉଛି ତ କିଏ ଆତ୍ମହତ୍ୟା କରିବ ଧମକ ଦେଉଛି !! ପରିବାର ଆଗରେ ଯେତିକି ସ୍ୱାମୀ ଟି ଆଗରେ ଦୁଇଗୁଣ ଅଭୀନୟ କରୁଛନ୍ତି ଆଜିର ବୋହୁମାନେ!!ପୁଅଟି ନା ବାପ ମାଆର ହେଇ ପାରୁଛି ସ୍ତ୍ରୀ ଭୟରେ ‘ପଛେ ବାପ ମାଆଙ୍କୁ ଛାଡି ଦେଉଛି !! କାରଣ ବାପ ମାଆ କିଛି ନହେଲେ ଭିକ ମାଗି ଚଳିଯିବେ !!
ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ବାପ ମାଆ ମାନେ ନିଜ ଖୁସି ଲାଗି ସନ୍ତାନ ଜନ୍ମ କରି ‘ଯଦି ତାକୁ ଲାଳନ ପାଳନ କଲେ ,ପର ସମୟରେ ତା ଉପରେ ଭରସା କରିବା ବା ଆଶା ରଖିବା ବି ଠିକ୍ ନୁହେଁ! ପୁଅ ତା ‘ନିଜ ଇଛାରେ ଚଳିବାକୁ ଚାହିଁବା ସ୍ୱଭାବିକ୍!! ଏମିତିକି ବାପ ମାଆଙ୍କର ଯିଏ ପ୍ରିୟ ତା ର ବି ଶତୃ ହୋଇପାରନ୍ତି ! ବାପ ମାଆଙ୍କର ଶତୃ ବି ତା ନିଜର ହୋଇ ପାରନ୍ତି!! ସେଇଟା ତା ନିଜ ଖୁସି ଉପରେ ନିର୍ଭର କରେ!!
ଅନେକ୍ ଲୋକ ଅଛନ୍ତି ଯିଏ ନିଜ ଇଛାକୁ ପୁଅ ମୁଣ୍ଡରେ ଲଦି ଦେବାକୁ ଚାହୁଁଛନ୍ତି! କାରଣ ସେମାନେ ଅସୁବିଧା ବେଳେ ଯଦି କାହା ପାଖରୁ ସାହାଯ୍ୟ ପାଇଛନ୍ତି ପିଲାକୁ ସେହିଲୋକ ଭଲ , କିମ୍ବା ତା’କୁ ସମ୍ମାନ କରିବା ଉଚ୍ଚିତ୍ କହି!! ହେଲେ ସେମାନେ ବୁଝି ପାରୁ ନାହାନ୍ତି ବାପ ମାଆ ନିଜ କର୍ତ୍ତବ୍ୟ କରିବା କଥା କରିବେ ,କେମିତି କରିବେ ସେମାନଙ୍କ ଦାଇତ୍ୱ ସେଇଟା !! ଯଦିବି କେହି ସମୟ ଅନୁସାରେ ବାପମାଆଙ୍କ ଶତୃ ଥିଲା , କିମ୍ବା ତାଙ୍କୁ ହଇରାଣ କରିଥିଲା ,ସେଇ ଲୋକ ସମୟ ପଡିଲେ ବି ପୁଅର ମିତ୍ର ହୋଇଯାଇ ପାରେ ! ତା ମାନେ ନୁହେଁ ଯେ ବାପ ମାଆଙ୍କୁ ଅପମାନ ଦେଇଥିବା ଲୋକ ପୁଅର ପ୍ରିୟ ପାତ୍ର ନହବ!!
ସବୁଠୁ ଅପ୍ରିୟ ସତ ଆଜିକା ସମୟ ରେ ଯିଏ ବି ହୋଉ ନିଜେ ନିଜ ଉପରେ ଭରସା ରଖିବା ଉଚିତ! ପୁଅ ଉପରେ ରଖିଲେ ପୁଅର ସୁଖ ଶାନ୍ତି ନଷ୍ଟ ନିଶ୍ଚୟ ହେବ ଭାବିନେଇ!! ଯେତିକି ଦିନ ବାହା ନହେଇଛି ବାପା ମାଆ ତା’ର ସେ ବାପ ମାଆଙ୍କର!! ବାହା ହେଲାପରେ ସବୁ ପୁଅ ସ୍ତ୍ରୀ ମାନଙ୍କର ସମ୍ପତି!! ବାପ ମାଆ ମାନେ ପୁଅ ଜନ୍ମ କଲା ବେଳରୁ ବୁଝିଯିବା ଉଚିତ୍!!!!
ଚାନ୍ଦବାଲି ,ଭଦ୍ରକ