ଜୁନାଗଡ଼, ୫/୩ (ନି.ପ୍ର)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଭୈରବ ଖେଳ ପଡିଆ ଠାରେ ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲ ଖେଳରେ ଜୁନାଗଡ଼ କୁ ହରାଇ କଣ୍ଟାବାଞ୍ଜି ବିଜୟୀ ହୋଇଛି । ଏହି ଅବସରରେ ଅତିଥି ଭାବରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ସଦସ୍ୟ ପ୍ରଭୁ ଦତ୍ତ ପଣ୍ଡା ଓ ପରେଶ ପଣ୍ଡା ଯୋଗ ଦେଇଥିଲେ । ଜୁନାଗଡ଼ ଏବଂ କଣ୍ଟାବାଞ୍ଜି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ ଜିଣି କଣ୍ଟାବାଞ୍ଜି ପ୍ରଥମେ ବୋଲିଂ କରିଥିଲା। ଜୁନାଗଡ଼ ଦଳ ବ୍ୟାଟିଂ କରି ୨୪.୨ ଓଭର ରେ ସମସ୍ତ ୱିକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ କଣ୍ଟାବାଞ୍ଜି ଦଳ ୱିକେଟ ହରାଇ ୧୪ ଓଭର ରେ ଏହି ରନ ସଗ୍ରହ କରିଥିଲେ । ଫଳରେ କଣ୍ଟାବାଞ୍ଜି ଦଳ ୩ ୱିକେଟ ରେ ବିଜୟ ଲାଭ କରିଥିଲା । ଜିତେଶ ବଗର୍ତି ଭଲ ବୋଲିଂ ବ୍ୟାଟିଙ୍ଗ ପ୍ରଦର୍ଶନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଏହି ମ୍ୟାଚ ରେ ବି ସି ସି ଆଇ ଲେବେଲ ୧ ଅମ୍ପାୟର ଜୟପୁର ର ଅସିତ ପଟ୍ଟନାଏକ ଏବଂ ଭବନୀପାଟଣା ର ଅଶୋକ ସାହାଣୀ ଅମ୍ପାୟରିଂ କରିଥିବା ବେଳେ ନୀତିଶ ମହାପାତ୍ର ଏବଂ ରିଷି ରାଜ ଶର୍ମା ଧାରାବିବରଣୀ ପ୍ରଦାନ କରିଥିଲେ । ସ୍କୋରର ଭାବେ ଭୁଜ ପୋଟା ଏବଂ ହାସମୀ ଖାନ ଦାୟିତ୍ବ ତୁଲାଇଥିଲେ । ଏଥିରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ର ସଭାପତି ହିମାଂଶୁ ବରାଡ଼, କୋଷାଧ୍ୟକ୍ଷ ଦିଲୀପ ପଣ୍ଡା, କନେଇ ରାହୁଲ ପ୍ରମୁଖ ସହଯୋଗ କରିଥିବା ବେଳେ କ୍ରିଷ୍ଣା ନାୟକ, ଏସ ଚନ୍ଦନ, ତୁତେଶ ଛତ୍ରିଆ, ଅଭିଷେକ ପଣ୍ଡା, ମୁକେଶ ପୋଡ଼, ରୋହିତ ପୋଟା, ସୁଜଳ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ । ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ ।