ରାଉରକେଲା/ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମଂଚର ସାଧାରଣ ସଂପାଦକ ପି.ପି.ରାୟଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାଗଣ ସେକ୍ଟର ୨ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତି ଚାରଣ କରିଥିଲେ। ଶ୍ରୀରାୟ ଓ ଅନ୍ୟମାନେ ବିଜୁ ବାବୁଙ୍କ ସ୍ମୃତିଚାରଣ କରି କହିଲେଯେ ଆଚରଣ ଓ ଉଚ୍ଚାରଣ ର ଅପୂର୍ବ ସମନ୍ବୟ ରଖିଥିବା ବିଜୁ ଜଣେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ବ। ସେ ଯୁଗ ଯୁଗ ଧରି ଓଡିଆ ଜାତିର ପରିଚୟ ହୋଇ ଦେଶର ଓ ଦେଶ ବାହାରେ ରହିଛନ୍ତି। ତାଙ୍କ ଅବଦାନକୁ ଓଡିଶାବାସୀ ଭୁଲିପାରିବେ ନାହିଁ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଚିତ୍ତରଂଜନ ଦାସ,ଉପେନ୍ଦ୍ର ନାୟକ, ହାଡିବନ୍ଧୁ ମହାପାତ୍ର, ଡାକ୍ତର ବସନ୍ତ କୁମାର ଦାସ, ରମେଶ ଚନ୍ଦ୍ର ସେଠୀ, କୈଳାଶ ଚନ୍ଦ୍ର ନାୟକ, ହରିହର ବେହେରା, ସୁବ୍ରତ କୁମାର ମଲ୍ଲିକ, ରଂଜିତ କୁମାର ମଲ୍ଲିକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ।
previous post