ରାଉରକେଲା/ସଙ୍ଗୀତ ହିଁ ଜୀବନର ପରିଭାଷା। ଯାହାକୁ ଆଧାର କରି “ଦି ମେଲୋଡି ଭାଇବ୍ସ” ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ମନଛୁଆଁ ଓଡ଼ିଆ ସଙ୍ଗୀତ ର ଚିତ୍ତାକର୍ଷକ କାର୍ଯ୍ୟକ୍ରମ ” ସୁନେଲି ସନ୍ଧ୍ୟା”। ରାଉରକେଲା ର ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଆୟୋଜିତ ଏହି ସନ୍ଧ୍ୟା କୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ଆର୍ ଏସ୍ ପି , ସେଫ୍ଟି ଇଂଜିନିୟରିଂ ବିଭାଗର ମହା ପ୍ରବନ୍ଧକ ଅବକାଶ ବେହେରା। ସେହିପରି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ସମାଜସେବୀ ଗୁରିନ୍ଦର୍ ସିଂ ଓ କମଲ ଅଗ୍ରୱାଲ । ଇସ୍ପାତ ସହର ର ବହୁ ଜଣାଶୁଣା କଣ୍ଠଶିଳ୍ପୀ ମାନଙ୍କର ଯାଦୁକରୀ ସ୍ୱରର ମୂର୍ଛନା ଶୀତୁଆ ସନ୍ଧ୍ୟା ରେ ଭରିଦେଇଥିଲା ବେଶ୍ ଉଷ୍ମତା। କଣ୍ଠଶିଳ୍ପୀ ରଜତ ସାହୁ, ପ୍ରଦୀପ ମହାନ୍ତ, ସୁଖପାଲ୍ ସିଂ, ସୋନାଲି ରଥ, ଇତି ପଟ୍ଟନାୟକ, ପିଙ୍କି ପ୍ରୀୟଦର୍ଶିନୀ, ଙ୍କ କଣ୍ଠରେ ମମତାର ମଧୁମତୀ, ରୂପା ଶଗଡ଼ିରେ, ପାଦରେ ପାଦ ଛନ୍ଦା, ସହରରେ ଲାଗିଯିବ ନିଆଁ ,ଯେଦିନୁ ପାଇଛି ମୋ ପ୍ରୀୟା ଭଳି ଅନେକ କାଳଜୟୀ ଅଭୁଲା ଗୀତ ର ଚମତ୍କାର ପରିବେଷଣ ବିଳମ୍ବିତ ରାତି ଯାଏ ବେଶ୍ ମତୁଆଲା କରିଥିଲା ଶ୍ରୋତା ମାନଙ୍କୁ। ଏଥିସହିତ ସେକ୍ସୋଫୋନ ଓ ବଇଁଶୀ ମାଧ୍ୟମରେ ଅନେକ ପୁରାତନ ଓଡ଼ିଆ ଗୀତ ବଜାଇଥିଲେ ବଲଜିତ୍ ସିଂ। କାର୍ଯ୍ୟକ୍ରମଟିକୁ ବିଶ୍ୱଜିତ ନାୟକ ସଞ୍ଚାଳନ କରିଥିବା ବେଳେ ବାଦ୍ୟ ଯନ୍ତ୍ର ରେ ସହଯୋଗିତା କରିଥିଲେ ଭୂବନେଶ୍ୱର ର ସିମ୍ଫୋନୀ ବ୍ୟାଣ୍ଡ ର ଶିଳ୍ପୀ ବୃନ୍ଦ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ