ମୋହନଗିରୀ:୫/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଅଧିନରେ ଥିବା ମୋହନଗିରୀ ଗ୍ରାମରେ ଅବସ୍ଥିତ (ଦେଉଳ ଶୁଲିଆ) ଧବଳେଶ୍ବର ବାବାଙ୍କ ପୀଠରେ ଗତ ୧/୩ ତାରିଖ ଠାରୁ ୪/୩ ତାରିଖ ପର୍ଯ୍ୟନ୍ତ ମହାଶିବରାତ୍ରି ଓ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ କୋଭିଡ୍ (୧୯) ନିୟମକୁ ପାଳନ କରି ପ୍ରଥମ ୧ ତାରିଖ ରାତ୍ର ଜାଗର ମେଳାରେ କମିଟି ପକ୍ଷରୁ ୧ ମିଟର ଦୂରତାରେ ରହି ରାତ୍ରରେ ଉଜାଗର ମେଳାରେ ଶହ ଶହ ଭକ୍ତ ଦୀପ ଜଳାଇ ବାବାଙ୍କ ପାଖରେ ଭକ୍ତଗଣ ତାଙ୍କର ନିଜ ନିଜର ଦୁଃଖ ଜଣାଇଥିଲେ। ଭକ୍ତଙ୍କ ମନୋରଞ୍ଜନ ନେଇ ରାତ୍ରିକାଳନ କାର୍ଯ୍ଯକୁ କମିଟି ପକ୍ଷରୁ ନିଷେଧ କରାଯାଇଥିଲା, ତେଣୁ ଦିନରେ ଦଣ୍ତନୃତ୍ଯ, ବିଭିନ୍ନ ବାଦ୍ଯ ଯନ୍ତ୍ର,ତଥା ସଂକୀର୍ତ୍ତନ କାର୍ଯ୍ଯକ୍ରମରେ ପ୍ରତିଦିନ ପୀଠରେ ମୁଖରିତ ହୋଇଥିଲା। କମିଟି,ଭକ୍ତ ଓ ଗ୍ରାମବାସୀଙ୍କ ସହଯୋଗରେ ମହା ଆନନ୍ଦ ସହ ବାବାଙ୍କ ଉତ୍ସବଟିକୁ ଶାନ୍ତିଶୃଙ୍ଖଳା ଭାବରେ ସମ୍ପର୍ଣ୍ଣ ହୋଇଥିଲା
ମୋହନଗିରୀ ରୁ ସୁଭାଷ ମନହିରା ଙ୍କ ରିପୋର୍ଟ