ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଵହଳଦା ବ୍ଳକର ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତା ଭାବେ ମୋତିଲାଲ ପାତ୍ର ମନୋନୀତ

ଵହଳଦା ବ୍ଳକର ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତା ଭାବେ ମୋତିଲାଲ ପାତ୍ର ମନୋନୀତ

ମୟୂରଭଞ୍ଜ – ୨୦/୦୫ ( ମସିହା)ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡି ତା’ର ର ଛାମୁଆଁ ଯୁବ ଓ ଛାତ୍ର ସଂଗଠନକୁ ସେତେ ସୁଦୃଢ ଓ ଗୁରୁତ୍ଵ ଦେଉଛି । ନିର୍ବାଚନରେ ଯୁବକମାନଙ୍କର ଦାୟିତ୍ଵ ଓ ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ । ଯେଉଁ ରାଜନୈତିକ ଦଳର ଯୁବ ଛାତ୍ର ସଂଗଠନ ଯେତେ ସୁଦୃଢ ସେହି ଦଳ ସେତେ ସଶକ୍ତ । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଵହଳଦା ବ୍ଳକର ଜଣେ ତୁଙ୍ଗ ଆଜୀବନ ଅଣକଂଗ୍ରେସ ଓ ଅଣ ବିଜେପି ଯୁବ ନେତା ତଥା ବାମନଘାଟୀ ଉପଖଣ୍ଡ ତଥା ଵହଳଦା ଅଂଚଳର ଚିର ପରିଚିତ ଯୁବ ଚେହେରା ସମାଜସେବୀ ଓ ପରୋପକାରୀ ସବୁରି ପ୍ରିୟ ମୋତିଲାଲ ପାତ୍ର ( ବାବୁଲା) ବାବୁଲା ପାତ୍ର ଙ୍କୁ ମୟୂରଭଞ୍ଜ (୨) ଯୁବ ବିଜେଡି ଜିଲ୍ଲା ସଭାପତି ଅଭିଷେକ ପଟ୍ଟନାୟକ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ ଙ୍କ ଅନୁମୋଦନ କ୍ରମେ ବହଳଦା ବ୍ଳକ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଏଥିପାଇଁ ପାଇଁ ମୋତିଲାଲ ପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ଜିଲ୍ଲା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ,ରାଜ୍ୟ ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ, ମୟୂରଭଞ୍ଜ (୨) ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତ ଦଳର ନେତୃବୃନ୍ଦ ଓ ଅଂଚଳ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ମଧ୍ୟ ସେ ବ୍ଳକ ଯୁବ ବିଜେଡ଼ି ସଭାପତି ଭାବେ ଦାୟିତ୍ଵ ନିଭାଇଥିଲେ ।ଦଳ ଏଭଳି ଘଡ଼ି ସନ୍ଧି ମୂହୁର୍ତ୍ତରେ ତାଙ୍କ କାର୍ଯ୍ୟଧାରା ଉପରେ ଭରସା ରଖି ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ସେ ତାହାକୁ ନିଷ୍ଠାର ସହ ତୁଲାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି।ତଦସହ ତୃଣମୂଳ ସ୍ତରରେ ଯୁବ ସଂଗଠନକୁ ସୁଦୃଢ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ବିଧାୟକ ପ୍ରାର୍ଥୀ ରାଇସେନ ସୋରେନ୍ ଙ୍କ ସପକ୍ଷରେ ସାଧାରଣ ଜନତାଙ୍କୁ ବୁଝାଇ ବିପୁଳ ପରିମାଣରରେ ଭୋଟ ଦେବାପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା 

masiha

ଚର୍ଚ୍ଚା ରେ ଚଳ ଚଞ୍ଚଳ ପରଜଙ୍ଗ ନିର୍ବାଚନ ମଣ୍ଡଳୀ 

masiha

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!