l l l ଶେଷ ଉପହାର l l l
ସେଦିନ ଥିଲା valentines day 2019 ଫ୍ରେବୃଆରୀ 14.. ସହର ଉପକଣ୍ଠ ରେ ପୁରବୀ ର ଭଡାଘର.. ଆଉ ଶେଷ ମୁଣ୍ଡରେ ଦେଉଳ ସାହିରେ ସୁବ୍ରତ ବାବୁଙ୍କ ଭଡା ଘର..
ସନ୍ଧ୍ୟା 6.45 ମିନିଟ ସମୟ ପାଖାପାଖି ଆସିଥିଲେ ପୁରବୀ କୁ ପ୍ରେମ ଦିବସର ଅଭିବାଦନ ଜଣେଇବାକୁ ସାଙ୍ଗରେ diary milk chocolate ଆଉ ସତେଜ ଗୋଲାପ ଦୁଇଟି ଛନ୍ଦି ହୋଇଥିଲେ ଏକାଠି ତାଙ୍କ ଅତୀତ ପରି…
ପ୍ରଶ୍ନ ଥିଲା କେମିତି ଅଛନ୍ତି sir ଉତ୍ତର ଆସିଲା ହଁ ଯେମିତି ଛାଡି ଯାଇଥିଲ ସେମିତି ବଂଚିଛି ଆଉ ତମେ….
ଓହଃ sry ତମେ ନୁହେଁ ଆପଣ ପୁରବୀ କିଛି ସମୟର ନୀରବତା ପରେ କ୍ଷୀଣ କଣ୍ଠ ରେ ଉତ୍ତର ଦେଲା ଆଉ କେତେଦିନ
ଏମିତି କାଟିବେ ଏକା..
ଜୀବନ ଖୁବ ବଡ ଏବେ ସମୟ ଅଛି ନିଜ କାମ କରିଦେଉଛନ୍ତି କିନ୍ତୁ ସବୁବେଳେ ସମୟ ସମାନ ନଥାଏ କଥା ମାନନ୍ତୁ 1982 ଆଉ ଆଜି ହେଲାଣି 2019 ଫରକ ବୁଝନ୍ତୁ ସମୟର….
ଆଜି ସେ କଥା ନ କହିଲେ ଚଳିବନି ଆଛା ହଉ ଆସନ୍ତୁ କଣ ଖାଇବେ ୟେ ସେଇ ପୁରୁଣା ସମୟରେ ବି ମାନ କରନ୍ତି ପୁରବୀ ଖାଇବା ଠିକ ରେ ଖାଏନି..
ଏବେ ପଦୋନ୍ନତି ହେଲାଣି ମାଆ ହେଲଣି ତା ପରେ ବି ଏମିତି ବଦଳିନ ଜମା ସେଇ ସେମିତି….
ପୁରବୀ ଆଖିରୁ ଲୁହ ଧାର ବାଡ଼ ଭାଙ୍ଗି ଚାଲି ଆସିଲା ଆଉ ସେ କହିଲା ସମୟ ସେମିତି ନାଇଁ ଆଗ ଭଳି… ଏଥର ଖାଦ୍ୟ ଦରକାର ସମୟରେ ଶକ୍ତ ଚାପୁଡ଼ା ଆଉ ଅପମାନ ବି ଖାଇବାକୁ ପଡୁଛି ଭୋକ ଥାଉ ବା ନ ଥାଉ….
ଏଥିପାଇଁ ଦାୟୀ ତମେ ଏକା ମୋ ପାଇଁ ଟିକେ ଅପେକ୍ଷା କରିଥାନ୍ତ ହେଲେ ଆଜି ଏତେ ଯନ୍ତ୍ରଣା ଦେଖିବାକୁ ପଡ଼ିନଥାନ୍ତା…
ହଁ ଆପଣଙ୍କୁ ଠକିଛି ବୋଲି ଏ ଦଣ୍ଡ ଠାକୁର ଦେଇଛନ୍ତି… ପଇସା ର ମୁହଁ କେବେ ଦେଖିନି କାଞ୍ଚନ ଅଭିସାର ତେଣିକି ଥାଉ ମୋ କର୍ମ ର ଉଚିତ ଦଣ୍ଡ ମୁପାଇଛି
ନା ପୁରବୀ ସେମିତି କୁହନି ଆଉ ମୁଁ ଦେଖିପାରିବିନି. କିନ୍ତୁ ଶୁଣ ଠାକୁରଙ୍କୁ ସାକ୍ଷୀ ରଖି କୁହ କେବଳ ଏ ଗୋଟେ ଜନ୍ମ ପାଇଁ ତାଙ୍କୁ ବାହା ହେଇଚ.. ସାତ ଜନ୍ମ ପାଇଁ କଥା ଦବନି ମୋ ରାଣ…
ନା ଏ ସମ୍ପର୍କ ଏ ଜନ୍ମ ପାଇଁ କେବଳ ଆଉ ଏ ବିରହ ବି ଏ ଜନ୍ମ ରେ ସରିଯିବ…
ଆଛା ଶୁଣନ୍ତୁ ମୁଁ ସେତେବେଳ ଆଉ ଏବେ ଭିତରେ ନୁଆ କିଛି ପାଇଛି କଣ ଜାଣିଛନ୍ତି..
ହଁ ମାତୃତ୍ୱ ପାଇଛ ଆଉ
ଆଉ ଆପଣଙ୍କୁ ବି ପାଇଛି ଆଖି ଆଗରେ ହେଲେ ଭାବିନଥିଲି ଆଉ ଦେଖା ହବ
କେମିତି ଦେଖା ହବନି ଯେ ମୋ ପ୍ରେମରେ ଛଳନା ନଥିଲା ଯଦିଚ ଅଭିମାନ ର ପାହାଡ଼ ଗଦାରେ ମୁଁ ଏକାକୀ ଯୁଗ ପୁରୁଷ…
ସେଥିପାଇଁ ହରେଇଛି ତମକୁ….
ମୋ ଖାଲି ଘର, ମୋ ରୋଷେଇ ଶାଳ ଖାଇ ଗୋଡ଼ାନ୍ତି ମତେ ଆଉ ଛତୁ ଖାଇବା ଛାଡିଦେଇଛି ପୁରବୀ ହାତର ସେ ଛତୁ ଝୋଳ ମୋର ମାନସ କୁ ଖିନଭିନ କରି ଅଟ୍ଟହାସ୍ୟ କରେ
ଚଣ୍ଡାଳ ତୋ ପ୍ରଥମ ପ୍ରେମ କେମିତି ଭୁଲିଗଲୁ ରେ
ନା ଭୁଲିନି ସେ ମତେ ପ୍ରେମ ଶିଖେଇଚି ଗୋଟେ ସାମାନ୍ୟ ଝଗଡା ଆଉ ମନାନ୍ତର ପୁଣି ଝଡ଼ ପରର ଶାନ୍ତି ଆଉ ରାତିର ନିଦକୁ ଛଡେଇ ଦୀର୍ଘ ଆଳାପ
କିନ୍ତୁ ମତେ 42ବର୍ଷ ଯାଏ ସତେଜ ରଖିଛି ତମେ ମୋ ପ୍ରଥମ ପ୍ରେମ ଆଉ ଜୀବନର ରଙ୍ଗୀନ ସ୍ବପ୍ନ ଗୁଚ୍ଛ ରାତି ସରିଲେ ଯିଏ କେଇମୁଠା ବିରହ ଫୋପାଡ଼ି ପୁଣି ଚାଲିଯାଏ ସମୟ ସହ ସନ୍ଧି କରିବାକୁ…
ତମେ ସେଇ ପୁଜା ଆଉ ପୁରବୀ ଯାହାପାଇଁ ସୁବ୍ରତ ଝଡି ମଧ୍ୟ ଠିଆ ହେଇଛି ଏକାକୀ କିନ୍ତୁ ଗୋଟେ ଅବଶୋସ ରହିଗଲା
ସେଦିନ ତମକୁ ଚୁପଚାପ ଅପେକ୍ଷା କରିଥିଲି
କାଳେ ଫେରି ଆସିବ ଆଉ ମତେ ଜାବୁଡି ଧରି ଲୁହ ଲହୁ ସବୁ ଏକାଠି କରି ଥର ଥର କଣ୍ଠରେ କହିବ ମୁଁ ସବୁ ଛାଡ଼ିଦେଇ ଆସିଲି ଏବେ ତମ ପାଖକୁ ତମେ ଖାଲି ମୋର ଏକାନ୍ତ ନିଜସ୍ୱ….
କିନ୍ତୁ ଆସିଲନି, ରାତି ଯେତେ ଅଧିକା ହେଲା
ମୋ ମସ୍ତିଷ୍କ ଆନ୍ଦୋଳିତ ହେଲା ମୋ ପୁରବୀ ଚାଲିଯାଉଛି ସେ ଲୋକ ସହ ମୁଁ ତାକୁ ଧରିପାରୁନି..
ଜାଣିଛ 20 ତାରିଖରେ ଯୋଉ ଶେଷ ଦେଖା ହେଇଥିଲା ସେ ଶାର୍ଟ ମୁଁ ଧୋଇଲିନି ଆଉ କାରଣ ଆମର, ଆମ ଦୁଇଜଣଙ୍କର ଶେଷ ବନ୍ୟା ବିରହ ବନ୍ୟା ଆଉ ମୋ କାନ୍ଧରେ ମୁଣ୍ଡ ଦେଇ ଯୋଉ ତତଲା ଲୁହ ଢାଳିଥିଲ ସେ ଚି଼ହ୍ନ ସେମିତି ଅଛି…
ଆଉ ଗୋଟେ ସତ ମୁଁ ଜାଣିଦେଇଛି ମୁଁ ଯେବେ ଛୁଟିରେ ରେ ଥାଏ ମୋ uniform କୁ ଜାବୁଡି ଧରି ନୀରବ ରେ ଯୋଉ କାନ୍ଦ. ସେ କଥା ମତେ ଅଛପା ନାଇଁ…
ଆଉ ମୋର training ପଡିଲେ କେବଳ ତମ ସହ ପଡିବ baap ରେ ପୁରା posesive ପ୍ରେମିକା ମୋର…
ଏତେ ପ୍ରେମ ପରେ ତମେ ଯଦି ଆଉ କାହାର ହେଇଗଲ ତା ମାନେ କେବଳ ଗୋଟେ ମୋ ହାତରେ ମୋ ନିକମା ପାପୁଲିରେ ତମ ନାଁ ର ଗାର ବୋଧେ ନଥିଲା. ଆଗରୁ ଜାଣିଥିଲେ ମୁଁ ହୁଏତ ଶୀର ଟାଣିଦେଇଥାନ୍ତି…
ଆଛା କୁହତ ପୁଣି କେବେ ଦେଖା ହବ? ମୁଁ ଅପେକ୍ଷା କରିବି ହଁ ଦେଖାହବ sir ଆପଣଙ୍କ ଜନ୍ମ ଦିନରେ… ହଉ ତେବେ ଆସୁଛି..
I love you.. Purabi
ତମେ ପ୍ରତିଉତ୍ତର ଦିଅନି…
ଆସିଗଲା ଦଶହରା ଛୁଟି ସେଦିନ କୁମାର ପୂର୍ଣ୍ଣମୀ ଆଉ ସୁବ୍ରତ ବେହେରାଙ୍କର ଶୁଭ ଜନ୍ମଦିନ
ଦେଖାହେଇଥଲା ଆଠଗଡ ଉପଖଣ୍ଡରେ ସୁଦୂର ହିନ୍ଦୋଳ ରୁ ଆରମ୍ଭ ହେଇଥିବା ସୂତାକ୍ଷୀୟ ର ଶେଷ ସେ ଜନାକୀର୍ଣ୍ଣ ଦିଗନ୍ତ ବକ୍ଷରେ 6ବର୍ଷ ଅନ୍ତରାଳେ 6ଟି ଉପହାର ଆଉ କେଇଟା ଅକ୍ଷର ଶେଷ ଉପହାର ତାପରେ ସୁବ୍ରତ ଙ୍କ ଜୀବନରେ ଆଗମନ ହେଲା ସୌମିତ୍ରୀ ମହୋଦୟା ଙ୍କର… ଆଉ ଏ ଶେଷ ଉପହାର ଶେଷ କରିଦେଲା ଏ ଜନ୍ମର ବନ୍ଧନ….
କ୍ରମଂଶ….
ପୁରବୀ (ନାୟିକା ର ମୃତ୍ୟୁ )….
ମଧୁସ୍ମିତା ରାଉତ
ତାଳବରକୋଟ