ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମପଞ୍ଚାୟତ ସ୍ଥିତ ଅନକାପୁର ଗ୍ରାମର ଏକ ସ୍କୁଲ ପଢୁଆ ପୁଅର ଆତ୍ମହତ୍ୟା କରିଥିବା ଅଭିଯୋଗ। ଅନକାପୁର ଗ୍ରାମର ତେଜରାଜ ନାଏକ ବୟସ (୧୨) ଏକ ସ୍କୁଲ ପଢୁଆ ଛାତ୍ର ଅଟେ। ସମୟରେ ଦିନ ୧୨ ରୁ ୧ ଟା ଭିତରେ ବାପା ନିଜ ବେପାର ନେଇ ବାହାରକୁ ବାହାରି ଥିବା ବେଳେ ମାଁ ଜମିରେ କାମ କରିବାକୁ ନିଜ ବିଲକୁ ଯାଇଥିଲେ । ଘରେ ଦୁଇ ଭାଇ ତେଜରାଜ ଏବଂ ସାନ ଭାଇ ରହିଥିଲେ। ତେଜରାଜକୁ ଖେଲିବା ପାଇଁ ଯିବାକୁ ସାନଭାଇ ଡାକିଥିଲେ। କିନ୍ତୁ ତେଜରାଜ ମୋର ଇଚ୍ଛା ନାହିଁ ତୁଜା ବୋଲି ସାନ ଭାଇକୁ ମନା କରି ଦେଇ ସେ ଘରେ ରହିଥିଲେ। ପରେ କିଛି ସମୟ ପରେ ସାନ ଭାଇ ଖେଳି ସାରି ଘରକୁ ଆସିବା ପରେ ଦେଖି ଥିଲା ଛାତି ଥରା ଦୃଶ୍ୟ ବଡ଼ ଭାଇର ଆତ୍ମହତ୍ୟା କରିଥିବା ଦୃଶ୍ୟ ଦେଖି ଚିତ୍କାର କରିବା ପରେ ସ୍ଥାନୀୟ ଲୋକମାନେ ସେହି ସ୍ଥାନକୁ ପହଞ୍ଚି ଦେଖିଥିଲେ । ପରେ ବୋଡେ଼ନ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଶବକୁ ଜବତ କରିବା ସହ ବୋଡେ଼ନ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ପଠାଇ ଥିଲେ ଓ ସେଠାରେ ମୃତ୍ୟୁ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ଜଣାପଡିଛି। ଉକ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୋଡେ଼ନ ଥାନା ଘଟଣାର ଅଧିକ ତଦନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ