ସାହିତ୍ୟ, ନୈତିକ ଓ ଆଧ୍ୟାତ୍ମିକ ମନ୍ଥନରେ ଦୁଲୁକି ଉଠିଲା ୨୦୬ ତମ ଅନନ୍ୟା ଆସର ମଞ୍ଚ
କେନ୍ଦୁଝର,୩୦/୪/୨୪- ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା କେନ୍ଦୁଝରର ୨୦୬ ତମ ଅନନ୍ୟା କବିତା ଆସର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଅନନ୍ୟା ଆଧ୍ୟାତ୍ମିକ ମହାମଞ୍ଚ ସଭ୍ୟା ଏଲିନା ପାଣିଗ୍ରାହୀଙ୍କ ଆହ୍ଵାନରେ ପରିଚାଳିତ ସଭାରେ ସୁଶ୍ରୀ ଆରଧ୍ୟାଙ୍କ ଶୁଭ ଶଙ୍ଖଧ୍ଵନି ତଥା ଅନନ୍ୟା ଆଧ୍ୟାତ୍ମିକ ମହାମଞ୍ଚ ମୁଖ୍ୟ ପ୍ରତାପ କିଶୋର ରାଉତଙ୍କ ଭକ୍ତି ନୈବେଦ୍ୟ ରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ବରିଷ୍ଠ ଅର୍ଥ ସେବା ଅଧିକାରୀ ମହାନଗର ନିଗମ, ଭୁବନେଶ୍ୱର ବିଜୟ କୁମାର ମିଶ୍ର କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଅନନ୍ୟା ପ୍ରାଣ ପ୍ରତିଷ୍ଠାତା ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଶ୍ରୀ ସତ୍ୟସାଇ ସେବା ସମିତି ଓଡ଼ିଶା ଶିକ୍ଷା ସଂଯୋଜିକା ସୁସାହିତ୍ୟିକା ସ୍ୱାଗତିକା ସାହୁ, ନବରଙ୍ଗପୁର ମୁଖ୍ୟ ଅତିଥି ଓ ସୁସଂଗଠିକା ସୁସାହିତ୍ୟିକା ପ୍ରବଚିକା ରଶ୍ମିତା ବିଶ୍ଵାଳ, ଢେଙ୍କାନାଳ ବରେଣ୍ୟ ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ । ମୁଖ୍ୟ ଅତିଥିଙ୍କ ଆଧ୍ୟାତ୍ମିକ ଆଶୀର୍ବଚନ, ପ୍ରବଚିକାଙ୍କ ଭାଗବତ ଚର୍ଚ୍ଚା ଓ ସଭାପତିଙ୍କ ସାହିତ୍ୟ ସଂସ୍କୃତି ଦେଶପ୍ରୀତି ତତ୍ତ୍ଵ ସଭିଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ତତ୍ପରେ ବିଷ୍ଣୁ ପ୍ରସାଦ ମିଶ୍ର ଓ ପ୍ରଭଞ୍ଜନ ତ୍ରିପାଠୀ ଙ୍କ ମାଧ୍ୟମରେ ସମସ୍ତ ଭାଇ ଭଉଣୀଙ୍କ ଦ୍ଵାରା ଅନୁଷ୍ଠାନ ଯେଉଁ ଅନନ୍ୟା ନାମରେ ନାମିତ ତାଙ୍କ ଜନ୍ମଦିନ ଧୁମ୍ ଧାମ ରେ ପାଳନ କରାଗଲା।ଅନନ୍ୟା ଦୁଇ ରାଜ୍ୟ ସଂଯୋଜିକା ଡଃ ତାନଶ୍ରୀ ପାଣିଗ୍ରାହୀ ଓ ରୀତା ଅପରାଜିତା ମହାନ୍ତିଙ୍କ ବଳିଷ୍ଠ ସଂଯୋଜନାରେ ନିବେଦିତା ପଣ୍ଡା, ହାସ୍ୟମୟୀ ରାଜ, ସମର ମିଶ୍ର, ଦେବେନ୍ଦ୍ର ନାୟକ, ପୁଷ୍ପଲତା ମିଶ୍ର, ସୁନିତା ମହାନ୍ତି, ରଶ୍ମିରେଖା ସାହୁ, ଜ୍ୟୋତ୍ସ୍ନା ମୟୀ ସାହୁ, ଗୀତାଞ୍ଜଳି ଭୂୟାଁ, ହେମନ୍ତ କୁମାର ନାୟକ, କଳ୍ପନା ମହାରଣା, କୃଷ୍ଣ କୁମାର, ସଂଯୁକ୍ତା ସାହୁ, ରଙ୍କନିଧି ସେଠୀ, ରବି ନାରାୟଣ ମିଶ୍ର, ପ୍ରଜ୍ଞାଲିନ ସାହୁ, କୁମୁଦିନୀ ପତି, ଅନୁପମା ବିଶ୍ଵାଳ, ତାନଶ୍ରୀ ପାଣିଗ୍ରାହୀ, ମନୋଜ କୁମାର ଭୋଇ,ଶ୍ରୀକାନ୍ତ ପଣ୍ଡା, କିଶୋର ଚନ୍ଦ୍ର ତ୍ରିପାଠୀ, ନାରାୟଣ ଦଣ୍ଡସେନା, ରୀତା ଅପରାଜିତା ମହାନ୍ତି, ସୌଭାଗ୍ୟ ଦାଶ,ସ୍ୱାଗତିକା ସାହୁ, ନାରାୟଣ ଚନ୍ଦ୍ର ସେନାପତି ସମେତ ମୋଟ ୩୬ଜଣ ସାରସ୍ଵତ ପ୍ରତିଭା କବିତା ପାଠ କରିଥିଲେ । ସହ ସମ୍ପାଦକ ହାସ୍ୟମୟୀ ରାଜ, ପ୍ରାଣବନ୍ଧୁ ରାଉତ, ପୂର୍ଣଚନ୍ଦ୍ର ମେହେର ଓ ଅରୁନ୍ଧତୀ ଲେଙ୍କାଙ୍କ ଦ୍ଵାରା ସଭା ପରିଚାଳନା କରାଯାଇଥିବା ବେଳେ ଅଂଶୁମାନ ସ୍ୱାଇଁଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।।