ରାଉରକେଲା/ ସହର ତଥା ରାଜ୍ୟର ଜଣାଶୁଣା ସ୍ତମ୍ଭକାର ଭୂପେନ ମହାପାତ୍ରଙ୍କ ପତ୍ନୀ ରାଧାରାଣୀ ଦାସ ମହାପାତ୍ରଙ୍କ ୮୩ ବର୍ଷ ବୟସରେ ଛେଣ୍ଡ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବାଲେଶ୍ବର ଜିଲ୍ଲାର ପୋଟସାହିର ବାସିନ୍ଦା ସ୍ବର୍ଗତା ରାଧାରାଣୀଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଥିବା ବେଳେ ସହରର ବହୁ ସାହିତ୍ୟିକ, କବି , ବୁଦ୍ଧିଜୀବୀ, ସମାଜସେବୀ ଶେଷ ଦର୍ଶନ କରିଥିଲେ ।
ମୃତ୍ୟୁ ପରେ ସେ ତାଙ୍କର ଦୁଇ ଚକ୍ଷୁ ଦାନ କରିଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ, ବୋହୁ, ଝିଅ ଜ୍ୟାଇଁ, ନାତିନାତୁଣୀ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ । ଶେଷରେ ବେଦବ୍ୟାସ ଘାଟ ଠାରେ ପୁଅ ଲଲାଟେନ୍ଦୁ ଦାସ ମହାପାତ୍ର ମୁଖାଗ୍ନି ଦେଇ ଶେଷକୃତ୍ଯ ସଂପନ୍ନ କରିଥିଲେ ।