ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ନେତୃତ୍ବରେ ଆଜି କଂଗ୍ରେସ କମିଟି ର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ କର୍ମୀ ମାନେ ଆସି ଖଡ଼ିଆଳ ବ୍ଲକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନା ର ପ୍ରତ୍ୟାହାର କରିବା ସହ ଯୁବକଙ୍କୁ ନିଯୁକ୍ତି ବାହାନାରେ ଭ୍ରମ ସୃଷ୍ଟି କରି ଜୀବନ ସହ ଖେଳ ଖେଳିବା ପ୍ରୟାସ ଅଟେ । ତେଣୁ ଏହି ଯୋଜନା କୁ ଶୀଘ୍ର ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି। ସେହିପରି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଆବର୍ତ୍ତନ ନିର୍ଦ୍ଧେଶାଳୟ କୁ ଡାକିବା କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟ ବୋଲି କର୍ମୀମାନେ ମତପୋଷଣ କରିଛନ୍ତି। ବୈଠକରେ ବ୍ଲକ ସଭାପତି ଶ୍ୟାମ ସୁନ୍ଦର କୂଳଦୀପ ଅଧ୍ୟକ୍ଷାତା କରିଥିବା ବେଳେ ବୋଡେ଼ନ ବ୍ଲକ ସଭାପତି ହୀରଲାଲ ମାଝୀ, ସିନାପାଲି ବ୍ଲକ ସଭାପତି ଜୟପାଳ ନାୟକ ଏବଂ ପିସିସି ସଦସ୍ୟ ଫାରୁକ ମହମ୍ମଦ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଏକ ଦାବୀପତ୍ର ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କୁ ପ୍ରଦାନ କରିଛନ୍ତି। ଅଗ୍ନିପଥ ନିଯୁକ୍ତି ଯୋଜନା ଚୁକ୍ତି ଭିତ୍ତିକ ନ ହୋଇ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛି କଂଗ୍ରେସ। ଏହି ଧାରଣାରେ ଖଡିଆଳ ବ୍ଲକ କଂଗ୍ରେସ ସଭାପତି ଶ୍ୟାମ ସୁନ୍ଦର କୁଲଦୀପ, ବୋଡେନ ସଭାପତି ହିରାଲାଲ ମାଝୀ, ସିନାପାଲି ସଭାପତି ଜୟପାଲ ନାଗ ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ, ଯୁବ କଂଗ୍ରେସ ମୁଖପାତ୍ର ବିଭୁ ଦତ୍ତ ଯୋଷୀ, ପିସିସି ସଭ୍ୟ ଫାରୁକ ମହମ୍ମଦ, ଜିଲ୍ଲା ଓବିସି ସେଲ ସଭାପତି ହିରାଧର ମେହେର,ବରିଷ୍ଠ କଂଗ୍ରେସ ନେତା ଅର୍ଜୁନ ଛତ୍ରିଆ, ଗିରିରାଜ ମାଝୀ, ସମେତ ଶତାଧିକ କର୍ମି ଯୋଦ ଦେଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post