ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଉ କିଛି ସମୟର ଅପେକ୍ଷା ପରେ ପ୍ରଭୁ ଯୀଶୁ ଧରାବତରଣ କରିବେ – ଚଳ ଚଞ୍ଚଳ କନ୍ଧମାଳ

ବଡଦିନ ପାଇଁ ସଜେଇ ହେଲାଣି ଚର୍ଚ୍ଚ ପରିସର । କନ୍ଧମାଳରେ ଥିବା ଚର୍ଚ୍ଚ ଗୁଡିକ ସନ୍ଧ୍ୟା ପରେ ଆଲୋକମାଳାରେ ଝଲସୁଛି । ଯୀଶୁଙ୍କୁ ସ୍ବାଗତ କରିବା ଲାଗି ଖ୍ରୀଷ୍ଟ ଧର୍ମୀମାନେ ସବୁପ୍ରକାର ପ୍ରସ୍ତୁତି ଶେଷ କରିସାରିଲେଣି 

କନ୍ଧମାଳ  : ରାତି ପାଇଲେ ବଡଦିନ । ଧରା ପୃଷ୍ଟରେ ଅବତରଣ କରିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି କନ୍ଧମାଳ ଜିଲ୍ଲାର ପୁରପଲ୍ଲୀ । ଜିଲ୍ଲାର ସମସ୍ତ ଗିର୍ଜା ଗୃହ ଗୁଡିକ ସଜେଇ ହୋଇଛି । ରାତିରେ ଚିକ୍‌ମିକ ଆଲୁଅରେ ଝଲସୁଛି ସମସ୍ତ ଚର୍ଚ୍ଚ । ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ଫିକା ପଡିଥିଲା ବଡଦିନ ଓ ନବ ବର୍ଷ । ତେଣୁ ଚଳିତ ବର୍ଷ ଧୁମ ଧାମରେ ବଡ ଦିନ ପାଳନ କରିବା ନେଇ ଉତ୍ସାହିତ ଅଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ଆଉ କିଛି ସମୟର ଅପେକ୍ଷା ପରେ ପ୍ରଭୁ ଯୀଶୁ ଧରାବତରଣ କରିବେ । ଆଡମ୍ବରର ସହ ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଜ୍ୟ ବାହାରେ ରହୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀ ନିଜ ନିଜକୁ ଘରକୁ ଫେରିବା ଆରମ୍ଭ କଲେଣି । ଆତ୍ମୀୟ ସ୍ୱଜନଙ୍କ ସହିତ ମିଶି ବଡଦିନ ପାଳନ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଲୋକମାଳାରେ ସୁସଜ୍ଜିତ ହେଲାଣି ଚର୍ଚ୍ଚ ଏବଂ ପ୍ରାଥର୍ନା ଗୃହ । ମହାମାରୀ କୋରୋନା ସଂକ୍ରମଣରୁ ଦୁଇବର୍ଷ ବଡଦିନ ପର୍ବକୁ ଫିକା କରି ଦେଇଥିବା ବେଳେ ଚଳିତ ବର୍ଷ ମହା ଆଡମ୍ବରରେ ପାଳନ କରିବାକୁ ଜୋର ସୋରରେ ପ୍ରସ୍ତୁତି ଚାଳିଛି ।

ସଜେଇ ହେଲାଣି ଫୁଲବାଣୀର ଚର୍ଚ୍ଚ

ଫୁଲବାଣୀରେ ଥିବା କ୍ୟାଥିଲିକ ଚର୍ଚ୍ଚ, ବାପିଷ୍ଟ ଚର୍ଚ୍ଚ ସଜେଇ ହୋଇଥିବାବେଳେ ଜି. ଉଦୟଗିରି,ରାଇକିଆ, ବାଲିଗୁଡା ଚର୍ଚ୍ଚ ମାନଙ୍କରେ ମଧ୍ୟ ପ୍ରସ୍ତୁତି ଶେଷ ହେଲାଣି । ବଜାରରେ ଆଲୋକମାଳା, ଏକ୍ସମାକ୍ସ ଟ୍ରି, କ୍ୟାଣ୍ଡେଲ, ବିଭିନ୍ନ ପ୍ରକାର କେକ, ସହିତ ଭଳି କି ଭଳି ମିଠା ଦେଖିବାକୁ ମିଳୁଛି । ବଡଦିନ ଅବସରରେ କ୍ୟାଣ୍ଡେଲ ଶୋଭାଯାତ୍ରା, ସାମୁହିକ ପ୍ରାର୍ଥନା, ମନୋରଞ୍ଜନ କାର୍ଯ୍ୟକ୍ରମ, ରାତ୍ର ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ, ଖେଳକୁଦ ପ୍ରତିଯୋଗିତାର ଆୟୋଜନ କରାଯିବାର ସୂଚନା ରହିଛି । ବଡଦିନକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । 

କନ୍ଧମାଳ ରୁ ଜୟ ସେନ ପରିଡା

Related posts

ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବିଶ୍ୱ ରକ୍ତଦାତା ଦିବସରେ ବିଶିଷ୍ଟ ରକ୍ତଦାତା ଇଂ.ଗୋପାଳ କୃଷ୍ଣ ଦାସ ସମ୍ବର୍ଦ୍ଧିତ 

Sunil Chandra Nayak

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

masiha

Leave a Comment

error: Content is protected !!