ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଅକ୍ଷୟ ବାବୁ ଉପଖଣ୍ଡ ସାମ୍ବାଦିକ ସଂଘରେ ଯୋଗଦାନ

କାମାକ୍ଷାନଗର (ମ ନି ସ)୨୯/୧୨:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାମ୍ବାଦିକ ସଂଘର ପୂର୍ଵତନ ସଭାପତି ଶ୍ରୀଯୁକ୍ତ ଅକ୍ଷୟକୁମାର ନନ୍ଦ ସଂଘର କିଛି ସଦସ୍ୟଙ୍କୁ ନେଇ ଗତ କାଲି କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘରେ ସ୍ବେଛାକୃତ ଭାବେ ଯୋଗ ଦେଇଛନ୍ତି l ଶ୍ରୀଯୁକ୍ତ ନନ୍ଦ ଦୀର୍ଘ ଦିନ ଧରି ସାମ୍ବାଦିକତା କରି ଆସୁଛନ୍ତି, ସେ କାମାକ୍ଷାନଗର ଅଂଚଳରେ ସମାଜ ସେବା କରିବା ସହିତ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବେଳେ ଲୋକ ମାନଙ୍କ ପାଖରେ, ପ୍ରଶାସନ ପାଖରେ, ରାଜନେତା ମାନଙ୍କର ପ୍ରିୟ ପାତ୍ର ହୋଇ ଜଣେ ଆଗ ଧାଡ଼ିର ସାମ୍ବାଦିକ ହୋଇଥିବା ଜଣାପଡୁଛି, ବରିଷ୍ଟ ସାମ୍ବାଦିକ ହିସାବରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ବୁଝାଏ, କିନ୍ତୁ ଦୁଃଖର ବିଷୟ ସାମ୍ବାଦିକ ସଂଘର କୁଚକ୍ରୀ ଅଣ ସାମ୍ବାଦିକ, କୌଣସି ପେପର କିମ୍ବା ୱେବ ମିଡ଼ିଆ ରେ କାର୍ଯ୍ୟ କରୁନଥିବା ବେଳେ ସେମାନେ ଏକତ୍ରିତ ହୋଇ ତାଙ୍କୁ ସଭାପତି ପଦରୁ ହଟାଇ ନିଜେ ଏହି ଆସନକୁ ଅକ୍ତିଆର କରିବା ଆରମ୍ଭ କରିଥିବା ଜଣା ପଡିଛି l ନିୟମ ଅନୁସାରେ କାର୍ଯ୍ୟ ନ କରିବା ଫଳରେ ଶ୍ରୀଯୁକ୍ତ ନନ୍ଦ ବିତୃଷ୍ନା ହୋଇ ନିଜର ସଦସ୍ୟ ମାନଙ୍କୁ ନେଇ ଉପଖଣ୍ଡ ସାମ୍ବାଦିକ ସଂଘ ରେ ଯୋଗଦାନ ଦେଇଛନ୍ତି l ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଶୁଭମୟ ନନ୍ଦ, ଉପ ସଭାପତି ଚିତ୍ତ ରଞ୍ଜନ ଦ୍ବିବେଦୀ, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂଆପଡା ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା , ଦେଶପ୍ରେମ ଧ୍ୱନି ରେ ସହର ମୁଖରିତ 

masiha

ନୂଆ ଓଡିଶା ଯୁବ ଓଡିଶା ପକ୍ଷରୁ କ୍ରୀଡା ପ୍ରତୀଯୋଗୀତା ଅନୁଷ୍ଠିତ

masiha

ମରଣ ଜନ୍ତା ପାଲଟିଛି ଝାଞ୍ଜିରୀବେରଣା ଠାରୁ ଭଗାମୁଣ୍ଡା ରାସ୍ତା

Sunil Chandra Nayak

Leave a Comment

error: Content is protected !!