ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୋତା ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଧୂପ ଦେଲେ ବିଦ୍ୟାଳୟ ଗ୍ରନ୍ଥାଗାରିକ

ବାଲେଶ୍ଵର,୨୧/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ସ୍ଥିତ ଅଗଣି ନରେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗତ ତା ୨୦/୦୧/୨୦୨୩ ରିଖ ଶୁକ୍ରବାର ଥିଲା ୩୦ ତମ ବାର୍ଷିକ ଉତ୍ସବ । ମହାଆଡମ୍ବର ସହକାରେ ଉତ୍ସବଟିକୁ ପାଳନ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା । ଅଧ୍ଯକ୍ଷ ରାଜେନ୍ଦ୍ର କୁମାର ଦାସମହାପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରାୟ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉତ୍ସବର ସଫଳତା ନେଇ ତତ୍ପର ଥିବାର ଦେଖାଯାଇଥିଲା । ଅତିଥି ମାନଙ୍କ ମୁଖରୁ କିଛି ଶୁଣିବା ନିମନ୍ତେ ଉତ୍କଣ୍ଠାର ସହିତ ନିଜ ନିଜ ଚେୟାରରେ ବସି ରହିଥିଲେ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଶ୍ରୋତାମଣ୍ଡଳୀ । ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ପିଲାମାନେ ସ୍ବାଗତ ସଂଗୀତ ପରିବେଷଣ କରୁଥିଲେ । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ । ଅତିଥିମାନେ ମଞ୍ଚାସୀନ ହେବା ପୂର୍ବରୁ ବିଦ୍ୟାଳୟର ଗ୍ରନ୍ଥାଗାରିକ (ଲାଇବ୍ରେରୀସିଆନ) ସୁଶାନ୍ତ ଶତପଥୀ ହଠାତ୍ ମଞ୍ଚ ଉପରକୁ ଉଠିଯାଇ ପାଦରୁ ଜୋତା ନଖୋଲି ଅର୍ଥାତ ଜୋତା ପିନ୍ଧି ମଞ୍ଚରେ ଥିବା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ଫଟୋଚିତ୍ରରେ ଦେଇଥିଲେ ଧୂପ । ଏହା ଜଗତରନାଥ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ନୁହେଁ କି ? କୋଟି କୋଟି ଓଡିଆ ମାନଙ୍କ ବଡ଼ ଠାକୁରଙ୍କୁ ଜୋତା ମାଡ ସହ ସମାନ ହେଲାନି କି ? ଠାକୁରଙ୍କ ପ୍ରତି ଘୋର ଅପମାନ । ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା । ପ୍ରତ୍ୟେକ କର୍ମଚାରୀ ଜଣେ ଜଣେ ଶ୍ରମିକ । ଏଠାରେ କି ପ୍ରକାର ଶିକ୍ଷା ଓ ନିର୍ମାଣ ଚାଲିଛି ? ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କୁ ଜୋତାରେ ପିଟିବା ପାଇଁ ପିଲା ମାନଙ୍କୁ ଶିକ୍ଷା ଦିଆଯାଉନି ତ ? ଓଡିଆ ସଂସ୍କୃତି, ପରମ୍ପରା ଓ କୋଟି କୋଟି ଓଡିଆଙ୍କ ବଡ଼ ଠାକୁର ଏବଂ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ପ୍ରତି କୋଠାରଘାତ ନୁହେଁ ତ ? ଏ ପ୍ରକାର କର୍ମଚାରୀ ଜଣଙ୍କ କାହାକୁ କି ପ୍ରକାର ବ୍ଯବହାର ପ୍ରଦର୍ଶନ କରୁଥିବେ ଓଡିଶାବାସୀ ବିଚାର କରିବେ ନିଶ୍ଚୟ । ମହାପ୍ରଭୁ ଜଗନ୍ନାଥଙ୍କୁ ଜୋତା ପିନ୍ଧି ଧୂପ ଦେବା ଘଟଣା ସାମ୍ବାଦିକ ମାନଙ୍କୁ ଖୁବ୍ ଆଘାତ ଦେଇଛି । ଉକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ବାଲେଶ୍ଵର ଜିଲ୍ଲାପାଳ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଜଗନ୍ନାଥପ୍ରେମୀ ଓଡିଶା ଓ ଦେଶବାସୀଙ୍କୁ ସାମ୍ବାଦିକଙ୍କ ତରଫରୁ ନିବେଦନ । ଏଥିସହିତ ସାମ୍ବାଦିକ ମାନଙ୍କୁ ଅସମ୍ମାନିତ କରିବାରେ ଅବହେଳା ପ୍ରଦର୍ଶନ କରିନଥିଲା ବିଦ୍ୟାଳୟ । ପ୍ରକାଶ ଥାଉକି- ଜୋତାପିନ୍ଧି ମହାପ୍ରଭୁଙ୍କୁ ଗ୍ରନ୍ଥାଗାରିକ( ଲାଇବ୍ରେରୀସିଆନ)ଙ୍କ ଧୂପଦାନ ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନନ୍ଦଘର ଠାରେ ଗାନ୍ଧୀ ଜୟନ୍ତୀ ପାଳନ 

masiha

କଳାହାଣ୍ଡି ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ପଦାଧିକାରୀ ବୈଠକ 

Sunil Chandra Nayak

Leave a Comment

error: Content is protected !!