ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ବର୍ଷର ପ୍ରଥମ କ୍ୟାବିନେଟ୍ ବୈଠକ..୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

ବଢିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍-ଏଡ୍ 

 ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବ ଉପରେ ଆଜି ମୋହର ବାଜିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ତେବେ ଏହି ପ୍ରସ୍ତାବ ଭିତରେ ଦୁଇଟି ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଥିବାବେଳେ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ପିଛିଲା ଭାବେ ଲାଗୁ କରାଯାଇଛି । ଯାହାକି ୨୦୨୨ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ ।

ଅନ୍ୟପଟେ ଯାଜପୁରର ବରି ଓ କୋରେଇ ବ୍ଲକରେ ନିର୍ମାଣ ହେବ ଦୁଇଟି ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ । ଏହି ଦୁଇଟି ବ୍ଲକରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ୫ ବର୍ଷ ଭିତରେ ଶେଷ ହେବ । ସେହିପରି ନୟାଗଡର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ୩ଟି ପାନୀୟ ଜଳ ପ୍ରକଳ୍ପ ହେବ । ତା ସହିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ୪ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲାର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।

ସେପଟେ ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ବଢିଛି । ୨୦୨୨ ମସିହା ଜାନୁଆରୀ ୧ ତାରିଖରୁ ଏହା ଲାଗୁ ହେବ । ଏନେଇ ଆଜି ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଯାଇଛି । ସେହିପରି BSSCCRI ର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ କରାଯିବ । ତା ସହିତ ଓବିସି କମିଶନ ଆଇନରେ ମଧ୍ୟ ସଂଶୋଧନ ହେବ । ଏନେଇ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ବ୍ରିଜ୍ ନିର୍ମାଣ ହେବ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳି ସାରିଥିିବା ବେଳେ, ଏବେ ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ସେପଟେ ଓଡିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ, ଜିଏସଟି, ବାଣିଜ୍ୟ କର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧନିୟମରେ ସଂଶୋଧନ ହୋଇଛି । ତା ସହିତ ଓଡିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମ, ଓଏସଜେଏସ୍ ଏବଂ ଓଜେଏସ୍ ସେବା ଅଧିନିୟମରେ ମଧ୍ୟ ସଂଶୋଧନ ହେବା ନେଇ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାସହିତ ଖଣି, ଭୂତତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହେବା ନେଇ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ ପ୍ରସ୍ତାବକୁ ମୋହର: ଗ୍ରାଣ୍ଟ୍-ଇନ୍-ଏଡ୍ ସ୍କୁଲ୍‌ ପାଇଁ ଲାଗୁ ହେଲା ସପ୍ତମ ବେତନ କମିସନ

Sunil Chandra Nayak

ହୋମଗାର୍ଡଙ୍କ ପାଇଁ ଖୁସିର ଖବର, ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି ନିର୍ଦ୍ଦେଶ

Sunil Chandra Nayak

ପୁରୁଷ ବିଶ୍ଵକପ ହକି ଅୟୋଜନ ପାଇଁ ସର୍ବାଦଳୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!