ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଯାଦବ ମାଝୀ ସ୍ମାରକୀ କ୍ରିକେଟ ,ଟିକେନ ଙ୍କ ଶତକ, ଟିଟଲାଗଡ ବିଜୟୀ

ଚନ୍ଦାହାଣ୍ଡି(ମନି ସ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଦଣ୍ଡାମୁଣ୍ଡା ଗଦାଧର ଷ୍ଟାଡିୟମ ଠାରେ ଚାଲିଥିବା ୨୩ ତମ ସ୍ବର୍ଗତ ଯାଦବ ମାଝୀ ସ୍ମାରକୀ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ଟିଟଲାଗଡ ଓ ଜୟପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୨୦ ଓଭର ବିଶିଷ୍ଟ ମ୍ୟାଚ ରେ ଜୟପାଟଣା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଅର୍ଧ ଶତକ ବଳରେ ୧୬୮ ରନ ସଂଗ୍ରହ କରିଥିଲେ । ରନର ବିଜୟ ଲକ୍ଷ ନେଇ ପଡିଆ କୁ ଓହ୍ଲାଇଥିବା ଟିଟଲାଗଡ ଦଳ ୫ ଓ୍ବିକେଟରେ ମ୍ୟାଚ ଜିତିଥିଲେ। ସର୍ବାଧିକ ରନ କରିଥିବା ଟିକେନ ସୋନୀ ଙ୍କୁ ସମ୍ମାନିତ ଅତିଥି ଚନ୍ଦାହାଣ୍ଡି ବ୍ଲକ ସମ୍ବାଦ ପ୍ରତିନିଧି ମହମ୍ମଦ ହୁସେନ, ବରିଷ୍ଠ ବିଜେଡି ନେତା ଶେଷମଲ ନାୟକ, ଯୁବ ବ୍ୟବସାୟୀ ଜଳେଶ୍ବର ଗହିର ମେନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ ।

ଆସନ୍ତାକାଲି ସୁନ୍ଦରଗଡ ଓ ମହାବୀର ଏକାଦଶ ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚରେ ଓ ଅମ୍ପାୟର ଦାୟିତ୍ୱ ତୁଲାଇଥିବା ବେଳେ ସୌରୀରଞ୍ଜନ ସାହୁ ଓ ଭାଷ୍ୟକାର,ବସନ୍ତ ବିଶୋଇ ଅନ ଲାଇନ ସ୍କୋରର , ପ୍ରତାପ ଗୌଡ଼ ସ୍କୋରର ଥିଲେ । ସଂଗ୍ରାମ ସାହୁ, ବଳରାମ ପଟ୍ଟନାୟକ, ଜଗଦିଶ ରାଉତ, ସୀମାଞ୍ଚଳ ଗଣ୍ଡା, ପବିତ୍ର,ପିଙ୍କୁ, ପପୁନ, ଗୁପ୍ତେ ପ୍ରମୁଖ ଖେଳ ପରିଚାଳନା କରିଥିଲେ 

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ବଡପଳଶାରେ ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ

Sunil Chandra Nayak

ରାଇରଙ୍ଗପୁରରେ ଟେକ୍ନୋଓ୍ବାର୍ଲଡ ଗ୍ରପୁ ଅଫ୍ ଇନଷ୍ଟିଚ୍ୟୁଟର ଏବଂ ଶିମିଳିପାଳ ଅଫ୍ ନର୍ସିଂ କଲେଜ ଆନୁକୁଲ୍ୟରେ ୧୧ ତମ ଦୁଇଦୀଵସୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ 

masiha

ଦୂତୀୟ ସେମି ଫାଇନଲ ରେ ଛତିଶଗଡ଼ ଫରେଷ୍ଟ ବିଜୟୀ

Sunil Chandra Nayak

Leave a Comment

error: Content is protected !!