ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନର୍ଲା କ୍ରିକେଟ କ୍ଳବ୍ ପକ୍ଷରୁ ରାଜ୍ୟ ‌ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏମ ଏସ ଇଲେଭେନ ଦଳ ଚମ୍ପିୟାନ

 ‌‌‌‌‌‌‌‌‌ନର୍ଲା (ମନିସ) ନର୍ଲା କ୍ରିକେଟ କ୍ଳବ୍ ପକ୍ଷରୁ ରାଜ୍ୟ ‌ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୬ ଗୋଟି ଦଳ ଯୋଗଦାନ କରିଥିବା ବେଳେ ଏମ ଏସ ଇଲେଭେନ ଓ ରିଙ୍କୁ ଏକ୍ସ୍ଆଇ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ପ୍ରଥମେ ଏମ ଏସ ଇଲେଭେନ ବେଟିଙ୍ଗ କରି ନିର୍ଦ୍ଧାରିତ ୧୫ ଓଭରରେ ଆଠ ଉଇକେଟ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରିଙ୍କୁ ଏକ୍ସ୍ଆଇ ୧୫ ଓଭରରେ ୧୧୮ ରନ୍ ସଂଗ୍ରହ କରି ସମସ୍ତ ଉଇକେଟ ହରାଇ ପରାଜୟର ସମ୍ମୁଖୀନ ହୋଇଥିଲା। ଫଳରେ ଏମ ଏସ ଇଲେଭେନ ଦଳ ଚମ୍ପିୟାନ ହୋଇପାରିଥିଲା। ଏହି ଖେଳରେ ଏମ ଏସ ଦଳର ଲବିଶ ମ୍ୟାନ ଅଫ୍ ଦି ସିରିଜ ଓ ମ୍ୟାଚ ଅଫ୍ ଦି ମ୍ୟାଚ ବୁଲୁ ପୁଟେଲ ବିବେଚିତ ହୋଇଥିଲେ। ସେହିପରି ବୋଲର ଭାବେ ଭବାନୀ ଶଙ୍କର ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଖେଳରେ ଅତିଥି ଭାବେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅଭିନାଶ ଠାକୁର, ନର୍ଲା ପୂର୍ବତନ ଖେଳାଳୀ, ଯୁବନେତା ତଥା ଜଣେ ଜଣାଶୁଣା ଆୟୋଜକ ଭାବେ ସମୀର ଚାନ୍ଦ , ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ତ୍ରିଲକ୍ଷ ହରପାଲ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ସମୀର ଚାନ୍ଦଙ୍କୁ ମଧ୍ୟ ସମ୍ମାନିତ କରାଯାଇ ଥିବା ବେଳେ ବିଜୟୀ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଦ୍ଵିତୀୟ ଦଳକୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସପ୍ତ ପ୍ରଧାନ ଖେଳଟିକୁ ପରିଚାଳନା କରିଥିଲେ।

ନର୍ଲା ରୁ ଦୀପକ କୁମାର ଠାକୁର  ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

masiha

ନେଗିଗୁଡା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

masiha

Leave a Comment

error: Content is protected !!