ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

ରୁପ୍ରା/ନର୍ଲା,୧୭/୨ ( ମନିସ) : ନର୍ଲାବ୍ଲକ୍ ଅଧିନ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲା ଠାରେ ଆଜି ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା ବାସନ୍ତୀ ସେଠୀ, ସମ୍ମାନିତ ଅତିଥିଭାବେ ସରପଞ୍ଚ ନର୍ଲା ତନୁଜା ହରପାଳ, ଏବିଇଓ ଗୋବର୍ଦ୍ଧନ ମାଝୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଳିତ ରଣା ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ। ଅତିଥି ଗଣ ପୂଜାର୍ଚ୍ଚନା କରିବା ସହ ବାର୍ଷିକ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ତାପରେ ବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ତେଜରାଜ ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ଅନେକ ସମସ୍ୟା ଉପରେ ଆଲୋକପାତ କରିଥିଲେ, ସେହିପରି ବିଦ୍ୟାଳୟର ନୂତନ ଷ୍ଟେଜ୍ ତିଆରି କରିବା ପାଇଁ ବ୍ଲକ ତରଫରୁ ଦୁଇଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ କିଛି ଲୋକ ସେହି ଟଙ୍କାକୁ ଅନ୍ୟତ୍ର ବିନିଯୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ମତପ୍ରକାଶ କରିବା ସହ ନର୍ଲାବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଓ ବିଡିଓ ଶ୍ରୀମତୀ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ଅତିଥି ଵ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ । ବିଡିଓ ନର୍ଲା ଶ୍ରୀମତୀ ସେଠୀ ନିଜ ବକ୍ତବ୍ୟରେ କହିଲେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱିତୀୟ ମା’ ହେଉଛି ବିଦ୍ୟାଳୟ, ଏଣୁ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ପାଠ ପଢିବାକୁ ଆସିବା ସହ ନିଜ ଭବିଷ୍ୟତ ପାଇଁ ଭଲ ସ୍ୱପ୍ନ ଦେଖିବା ସହ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ । 

ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତେଜରାଜ ସାହୁ, କିରାଣୀ ସୁବାଶ ଚନ୍ଦ୍ର ପଧାନ ଓ କର୍ମଚାରୀ ସୀମାଞ୍ଚଳ ଦାସଙ୍କୁ ଉପଢୌକନ ଓ ପ୍ରସଂଶା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା, ପ୍ରସଂଶା ପତ୍ର ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁସ୍ମିତା କୁମାରୀ ସୁନାମୁଦି ପଠନ କରିଥିଲେ । ସେହିପରି ବିଦ୍ୟାଳୟର ମେଧାବୀ ଛାତ୍ରୀ ଭାବରେ ଶୁଭଦର୍ଶିନୀ ବେରୁକ ଓ ଭଲ କ୍ରିକେଟ୍ ଖେଳାଳି ଭାବେ ରାଜବୀର ପ୍ରତାପ ରାଉତଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ବାର୍ଷିକ ଉତ୍ସବ ପରିଚାଳନାରେ ଶିକ୍ଷକ ଶିକ୍ଷୟିତ୍ରୀ ଶିଳା ପ୍ରହରାଜ, ସରମିତା ସେଠୀ, ନିବେଦିତା ଗଣ୍ଠିଆ, ସସ୍ମିତା ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ଧିରେନ୍ଦ୍ର କୁମାର ନାଏକ,ଜେ. ଫାଲଗୁନ ରାଓ, ତପନ କୁମାର ଦାସ, ହିତେସ ମେହେର, ମିନାକ୍ଷୀ ମିଶ୍ର, ପ୍ରଣତି ବୈଦ୍ୟ, ଜ୍ୟୋତିର୍ମୟୀ ମହାନ୍ତି, ସୁନମରାଣୀ ପ୍ରଧାନ ଓ କର୍ମଚାରୀ ମିତ୍ରସେନ ସାହୁ ତଥା ତରଣୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଛାତ୍ରୀ ଶୁଭଦର୍ଶିନୀ ବେରୁକ, ଅସ୍ମିତା ସାହୁ, ପ୍ରହଳିକା ବିଶ୍ୱାଳ ଓ ଅନିଶା କୁମାର ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଅଭିଭାବକ ତଥା ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଧନ୍ୟବାଦ ଅର୍ପଣ ବରିଷ୍ଠ ଶିକ୍ଷକ ତେଜରାଜ ସାହୁ ପ୍ରଦାନ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ସ୍ଵଂୟଶାସିତ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସାଧାରଣ ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

masiha

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ 

masiha

Leave a Comment

error: Content is protected !!