ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ଜିଲ୍ଲା ପରିଷଦ ଉପାଧକ୍ଷା  ଶ୍ରୀମତୀ ସୁଧିରା ମେହେର

ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚେଇଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ପରମେଶ୍ୱର ମେହେରଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଧିରା ମେହେର ଜିଲ୍ଲା ପରିଷଦ ଉପାଧକ୍ଷା  କଳାହାଣ୍ଡି ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ କାର୍ଯ୍ୟକ୍ରମ ରେ ତାଙ୍କୁ ସମ୍ମାନିତ କରାଯାଇଛି ।ପ୍ରକାଶ ଥାଉକି ଶ୍ରୀ ମତୀ ମେହେର ୨୦୧୭ ରୁ ୨୦୨୨ ଯାଏଁ ଜୁନାଗଡ଼ ବ୍ଲକ ଚିଚେଇଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଥିଲେ । ପରେ ତାଙ୍କୁ ବିଜେଡି ପକ୍ଷରୁ ୨୦୨୨ରେ ଆଟି ଗାଁ ଜୋନ ରୁ ଜିଲ୍ଲା ପରିଷଦ ଟିକେଟ ପାଇଥିଲେ ଏବଂ ୧୦୮୮୫ ଭୋଟରେ ବିଜୟ ଲାଭ କରିଥିଲେ ।ଶ୍ରୀମତୀ ସୁଧିରା ମେହେରଙ୍କ ବିଜୟ ପରେ ତାଙ୍କର ଦକ୍ଷତା ଏବଂ କାର୍ଯ୍ୟକଳାପ କୁ ଦେଖି ତାଙ୍କୁ ଜିଲ୍ଲା ପରିଷଦ ଉପାଧକ୍ଷ ପଦ ପ୍ରଦାନ କରାଯାଇଥିଲା ଶ୍ରୀ ମତୀ ମେହେର ପୂର୍ବରୁ ସରପଞ୍ଚ ଥାଇ ଗ୍ରାମର ଅନେକ ବିକାଶ କାମ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ।ଜିଲ୍ଲା ପରିଷଦ ଉପାଧକ୍ଷ ହେଲା ପରେ ସେ ଅନେକ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସହ ଲୋକଙ୍କ ପାଇଁ କାମ କରିବାରେ ସଫଳ ହୋଇଛନ୍ତି । ତାଙ୍କୁ ଏହି ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ମନ୍ତ୍ରୀ ପ୍ରମିଳା ମଳିକ ,ବାସନ୍ତୀ ହେମ୍ରମ ,ଉଷା ଦେବୀ ,ମେୟର ସୁଲୋଚନା ଦାସ ଏବଂ ମହିଳା କମିଶନର ମିନତି ବେହେରା ଙ୍କ ଉପସ୍ଥିତିରେ ଶ୍ରୀ ମତି ମେହେରଙ୍କୁ ଉପ ଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା । ସମ୍ମାନିତ ପରେ ତାଙ୍କୁ ଅନେକ ଦିଗରୁ ତାଙ୍କ ଶୁଭେଛକ ମାନେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

Sunil Chandra Nayak

ଛୁଆ ହାତୀ କୁ ଉଦ୍ଧାର କଲା ବନ ବିଭାଗ

masiha

ରକ୍ତଦାନ ଶିବିର ଆୟୋଜନ ନେଇ ସିନାପାଲି ଶିକ୍ଷା ବିଭାଗର ପ୍ରସ୍ତୁତି 

Sunil Chandra Nayak

Leave a Comment

error: Content is protected !!