ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଣି ନର୍ଲା ପୋଲିସର ସଫଳତା, ଶାନ୍ତପୁର କେନାଲ ନିକଟରୁ ଗଞ୍ଜେଇ ମାଫିଆ ଗିରଫ

ନର୍ଲା (ମନିସ) ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସଫଳତା ପାଇବାରେ ଲାଗିଛି। ଏହି କ୍ରମରେ କୈାଣସି ମତେ ଖବର ପାଇ ପୋଲିସ ନର୍ଲା ଥାନା ଅନ୍ତର୍ଗତ ଶାନ୍ତପୁର କେନାଲ ନିକଟରୁ ଏକ ଗଞ୍ଜେଇ ମାଫିଆ ସହ ଗଞ୍ଜେଇ ଓ ଏକ ବାଇକ୍ ଜବତ କରିଛି। ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେରଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ କୃତ୍ତିବାସ ପୁଝାରୀଙ୍କ ନେତୃତ୍ବରେ ଏକ ଟିମ୍ ଏହି ଗଞ୍ଜେଇ ମାଫିଆକୁ ଧରିବାରେ ସକ୍ଷମ ହୋଇଛି। ଉତ୍ତର ପ୍ରଦେଶର ଉଦୟଭାନୁ ସିଂ (୫୬) ଗଞ୍ଜେଇ ମାଫିଆକୁ ପୋଲିସ ଶାନ୍ତପୁର କେନାଲ ନିକଟରୁ ଧରିବା ସହ ଓଡି୧୦ଏ୧୯୧୨ ହିରୋହୁଣ୍ଡା ମଟରସାଇକେଲ ଓ ୧୦ କେଜି ୩୯୫ଗ୍ରାମ ଗଞ୍ଜେଇ ଜବତ କରିଛି। ନର୍ଲା ଥାନା କେସ ନଂ 59/2023 ଅନୁଯାୟୀ ସେକସନ 20b(ii)B NDPS ଆକ୍ଟରେ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ନର୍ଲା ପୋଲିସର ଏହି ସଫଳତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବନ ବିଭାଗ ପକ୍ଷରୁ ବଜ୍ରକାପ୍ତା ଜବତ ,ଜଣେ ଗିରଫ 

Sunil Chandra Nayak

ମହିଳାଙ୍କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ 

Sunil Chandra Nayak

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ 

masiha

Leave a Comment

error: Content is protected !!