ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ଲଉଡି ନୃତ୍ଯ ମହୋତ୍ସବ 

କାମାକ୍ଷାନଗର(ମନିସ )୨୭/୦୩ ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଉପଖଣ୍ଡର ଭୁବନ ବ୍ଲକ୍ ଅନ୍ତର୍ଗତ ଜିରାଳ ଯାତ୍ରା ପଡ଼ିଆ ପରିସରରେ ରାଜ୍ୟ ସ୍ତରୀୟ ଲଉଡ଼ି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ସଂସ୍କୃତି ବିଭାଗ ମିଳିତା ଆନୁକୁଲ୍ୟରେ ଓଡ଼ିଶାର ଲୋକ ନୃତ୍ୟ ଲଉଡ଼ି ଉତ୍ସବ ପାଳିତ ହେଉଛି। ଢେଙ୍କାନାଳ ଜିଲ୍ଲାରେ ଯାଦବ ସଂପ୍ରଦାୟର ଲୋକ ମାନେ ଅଧିକା ଥିବାରୁ ଢେଙ୍କାନାଳ ଜିଲ୍ଲାରୁ ଆରମ୍ଭ କରାଯାଇଥିବା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି । ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ଏହି ଲଉଡ଼ି ନୃତ୍ୟକୁ ବିଭିନ୍ନ ନାମ କରଣରେ ପାଳିତ ହୋଇଥିବା ବେଳେ ଓଡ଼ିଶାରେ ଏହା ଲଉଡି ନୃତ୍ୟ ନାମରେ ପାଳିତ ହୋଇଛି l ଏହି ଜାତବ ସଂପ୍ରଦାୟକ ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ଏହାର ସ୍ୱତନ୍ତ୍ର ପରିଚୟର ମାନ୍ୟତା ଦେବା ପାଇଁ ସଂସ୍କୃତି ବିଭାଗ ମଧ୍ୟରୁ ଘୋଷଣା କରାଯାଇଛି l ଏହି କାର୍ଯ୍ୟ କ୍ରମରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସଂଙ୍ଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମୋଥ କୁମାର ଶତପଥୀ ଉପଜିଲ୍ଲା ପାଳ ଜ୍ୟୋତି ଶଙ୍କର ସାହୁ, ବିଡ଼ିଓ ବିକାଶ ମହାନ୍ତି, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ସରପଞ୍ଚ ଉଦୟ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ଲକ କଳା ସଂସ୍କୃତିର ଉପସଭାପତି ଅଶୋକ ସାମଲ ସହଯୋଗ କରିଥିଲେ। ଏଥିରେ ୨୦ଟି ଦଳ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଉପଭୋଗ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ଜାତବ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଚାରାଧୀନ କୟଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ମୃତ

Sunil Chandra Nayak

ସଚ୍ଚିଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

masiha

ଆର୍ମ ସଂଗଠନ ପକ୍ଷରୁ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ପରିମଳ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!