ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଳନ କଲା ଉତ୍କଳ ଦିବସ

ଢେ଼ଙ୍କାନାଳ(ମ ସୀ ହା) ଆଜି ଏପ୍ରିଲ ଏକ ତାରିଖରେ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ସହ ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଳନ କଲା ପବିତ୍ର ଉତ୍କଳ ଦିବସ |ଉକ୍ତ ଉତ୍ସବ ପାଳନ ଅବସରରେ ଫୋରମର ସମସ୍ତ ସଦସ୍ୟ ସଦସ୍ୟା ମୁଖ୍ୟ ଅତିଥି ବରିଷ୍ଠ ଆଇନଜିବୀ ତଥା ପୂର୍ବତନମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ ଏବଂ ମୁଖ୍ୟ ବକ୍ତା ବରିଷ୍ଠ ଆଇନଜୀବୀ ତଥା ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ତ୍ରିପାଠୀଙ୍କ ସହ ସିଭିଲ କୋର୍ଟ ଛକରେ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ପରେ ବଜରଙ୍ଗ କ୍ଳବ ଦ୍ୱାରା ନିର୍ମିତପ୍ରାଚୀର “ମୁଁ ଓଡ଼ିଆ “ଫଳକ ନାମା ଠାରେ ଏକତ୍ରିତ ହୋଇ ଏକ ପଥପ୍ରାନ୍ତ ବୈଠକ ଆୟୋଜନ କରିଥିଲେ |

ଅତିଥି ମାନେ ଓଡିଶା ରାଜ୍ୟରେ ଓଡ଼ିଆ ଭାଷାର ଦୁର୍ଗତିକୁ ନେଇ କ୍ଷୋଭ କରିବାସହ ଓଡିଶାର ସମସ୍ତ ସନ୍ତାନ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ପାଇଁ ନିବେଦନ କରିଥିଲେ |

ବନ୍ଦେ ଉତ୍କଳ ଜନନୀ ଗାନ ପରେ ପରେ ଉକ୍ତ ବୈଠକରେ ଫୋରମର ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ସହ ଫୋରମ ର ସାମାଜିକ ପ୍ରମୁଖ ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପାଣି ଅଧ୍ୟକ୍ଷତା କରିଥିଲେ |ପରେ ପରେ ଫୋରମର ସାହିତ୍ୟ ଶାଖା ଚରୈବେତି ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ଙ୍କ ସଂଯୋଜନା ରେ କବୟିତ୍ରୀଶ୍ରୀମତୀ ନିର୍ମଳା ମହାପାତ୍ର,ଶୁଭଶ୍ରୀ ନନ୍ଦ, ବିଶ୍ଵପ୍ରଜ୍ଞା ଷଡ଼ଙ୍ଗୀ, ସୁନିତା ପଟ୍ଟନାୟକ ସମେତ କବି ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ, ଦେବ ପ୍ରସାଦ ସାହୁ, ବିଭୁ ନାରାୟଣ ଦ୍ବିବେଦୀ, ରାମ ଚନ୍ଦ୍ର ଦେବତା, ପ୍ରକାଶ ପରିଡା,ପ୍ରକାଶ ଚନ୍ଦ୍ର ରାଉତ, ସୁଶୀଳ କୁମାର ନନ୍ଦ ପ୍ରମୁଖ ସ୍ଵ ରଚିତ କବିତା ପାଠ କରିଥିଲେ | ଉପଦେଷ୍ଟା ଶ୍ରୀଯୁକ୍ତ ଟଙ୍କଧର ବେହେରା,ସଦସ୍ୟ ସୟଦ ସଫିର ଅଲ୍ଲୀ,ସଦସ୍ୟା ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ ସ୍ୱତନ୍ତ୍ର ଓଡିଶା ଗଠନ ଏବଂ ଓଡ଼ିଆଭାଷା ର ବହୁଳ ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ |କୁନି ସଦସ୍ୟା ଅଂଶୀତା ପଟ୍ଟନାୟକ ଏବଂ ସୁଶ୍ରୀ ସୁଲଗ୍ନା ଦ୍ବିବେଦୀ “ବନ୍ଦେ ଉତ୍କଳ ଜନନୀ ଗାନ” କରିଥିଲେ |

ସମଗ୍ର ଓଡିଶାରେ ପ୍ରଥମ କରି “ମୁଁ ଓଡ଼ିଆ “ଫଳକ ନିର୍ମାଣ ବଜରଙ୍ଗ କ୍ଲବ ଦ୍ୱାରା କରେଇ ପାରିଥିବାରୁ ବଜରଙ୍ଗ କ୍ଳବର ପ୍ରମୁଖ ସଦସ୍ୟ ଶ୍ରୀଯୁକ୍ତ ସନ୍ଦୀପ ଷଡ଼ଙ୍ଗୀ (ଡୁଗୁ )ଙ୍କୁ ଫୋରମ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପରିଶେଷରେ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ |

ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିବାପାଇଁ ଫୋରମ ର ସାମାଜିକ ଶାଖା ସହ ପ୍ରମୁଖ ଶ୍ରୀଯୁକ୍ତ ଅବିନାଶ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ, ବରିଷ୍ଠ ସଦସ୍ୟ ବିନୋଦ ମଲ୍ଲିକ, କୋଷାଧ୍ୟ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ, ଉରଜିତ ଶତପଥୀ, ବିଳାସିନୀ ଶତପଥୀ, ସସ୍ମିତା ରାଉତ, ପ୍ରଣତି ତ୍ରିପାଠୀ,ସୁଚିତ୍ରା ଷଡ଼ଙ୍ଗୀ ପ୍ରମୁଖ ସକ୍ରିୟ ସହଯୋଗ ରଖିଥିଲେ |

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

Sunil Chandra Nayak

ଯଶିପୁର ଓ ରରୁଆଁ ବ୍ଲକର 192ଟି ଗ୍ରାମ ନିମନ୍ତେ ବୃହତ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ 

ହୃଦ୍ ରୋଗ ନିରାକରଣ ସଚେତନତା ଆଲୋଚନା ଚକ୍ର

masiha

Leave a Comment

error: Content is protected !!