ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚଚରାଗୁଡା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ 

ନବରଙ୍ଗପୁର(ମସିହା )ତା 04/04-ଚଚରାଗୁଡା ଗ୍ରାମ ର ଗ୍ରାମ ଦେବତୀ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ (କଳସଯାତ୍ରା )ଘଣ୍ଟଯାତ୍ରା ଆଜି ଶାନ୍ତି ଶୃଙ୍ଖଳା ର ସହ ସମାପିତ ହୋଇଯାଇଛି |ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମ ପଂଚାୟତ ସଦର ଠାରେ ଗତ ମାର୍ଚ୍ଚ ମାସ ର 27ତାରିଖ ଦିନ ଗ୍ରାମ ଦେବତୀ ମା ଠାକୁରାଣୀ ଙ୍କ କଳସ(ଘଣ୍ଟ )ମନ୍ଦିର ରୁ ବାହାରି ଚଚରାଗୁଡା ଗ୍ରାମ ର ଆଖପାଖ ଗ୍ରାମ ସବୁ ପରିଭ୍ରମଣ କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ସହ ଭକ୍ତ ମାନଙ୍କ ଠାରୁ ପୂଜା ପାଇବା ସହ ନାନା ପ୍ରକାର ଭୋଗରାଗ ସବୁ ଗ୍ରହଣ କରିଥିଲେ |ଭକ୍ତମାନେ ନିଜ ତଥା ନିଜ ପରିବାର ସଦସ୍ୟ ଙ୍କ ଦୁଃଖ ସବୁ ମା ଙ୍କୁ ଜଣେଇଥିଲେ |ଆଜି ମା ନିଜର ଲାଠି, ପାଲିଙ୍କି, କଳସ, ଶିରା, ଦିଶାରୀ, ପୂଜାରୀ, ଚଲାନ ଏବଂ ଭକ୍ତମାନଙ୍କ ଗହଣରେ ଗ୍ରାମ ରେ ଥିବା କଳସ ମନ୍ଦିର କୁ ଯାତ୍ରା କରିଛନ୍ତି |ସେଠାରେ ମା ଙ୍କ କଳସ ସ୍ଥାପନ କରିବା ସହ ନୀତିକାନ୍ତି ଅନୁଯାୟୀ ମା ଙ୍କ ପୂଜାର୍ଚନା କରାଯାଇଛି |ଶେଷ ଦିନରେ ମା ଙ୍କ କଳସ ଯାତ୍ରା (ଘଣ୍ଟଯାତ୍ରା )ଉପଲକ୍ଷେ ଠୁଳିକୃତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନୋରଞ୍ଜନ ନିମିତ୍ତ ରାତିରେ ଏକ ଦେଶିଆ ନାଟକ ର ଆୟୋଜନ ପୂଜା କମିଟି ଦ୍ୱାରା କରାଯାଇଛି |ମା ଙ୍କ ମନ୍ଦିର ପରିସରରେ ଉଠା ଦୋକାନୀ ମାନଙ୍କ ଭିଡ଼ ଜମିଥିବା ମଧ୍ୟ ଦେଖିବାକୁ ମିଳିଛି |ମା ଙ୍କ କଳସ ଯାତ୍ରା ଦେଖିବାକୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯାତ୍ରା ଦେଖା ସହିତ କିଣାବିକା ର ମଧ୍ୟ ଲାଭ ଉଠେଇଛନ୍ତି |ଚଲିତ ବର୍ଷ ପରିଚାଳନା କମିଟି ର ସଦସ୍ୟ ମାନଙ୍କ ମଧ୍ୟରେ ମା ଠାକୁରାଣୀ ପୂଜା କମିଟି ର ସଭାପତି ଧର୍ମାନନ୍ଦ ନାୟକ, ଉପ ସଭାପତି କର୍ଣ୍ଣ ଭତରା, ସମ୍ପାଦକ ନରସିଂଘ ମାଝୀ, କୋଷାଧକ୍ଷ କମଳଲୋଚନ କଲାର ଏବଂ ଅନ୍ୟାନ୍ୟ କମିଟି ସଦସ୍ୟମାନେ ପ୍ରମୁଖ ଦାୟିତ୍ୱ ରେ ରହି ନଅଦିନ ଧରି ମା ଙ୍କ କଳସ ଯାତ୍ରା କୁ ଶୃଙ୍ଖଳିତ ଭାବେ ପରିଚାଳନା କରିଛନ୍ତି |ଉକ୍ତ କଳସ ମଣ୍ଡପକୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ବିଜେଡି ବ୍ଲକ୍ ସଭାପତି ସୁରେନ୍ଦ୍ର ମିଶ୍ର,ଚଚରାଗୁଡା ସରପଞ୍ଚ ପ୍ରମୁଖ ଉପସ୍ତିତ ରହି ମା ଙ୍କ ଆଶିର୍ବାଦ ନେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

masiha

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

Sunil Chandra Nayak

ବଟ ଅଶ୍ୱତଥ ବୃକ୍ଷ ପ୍ରତିଷ୍ଠା ବାର୍ଷିକୀ ପାଳିତ  

Leave a Comment

error: Content is protected !!