ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ଓ ବଣିଜରାରେ ଆମ୍ବେଦକର ଜୟନ୍ତୀ ପାଳନ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଡମ୍ବ ସମାଜ ପକ୍ଷରୁ ଡ଼,ଭୀମ ରାଓ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଚିଲିଗୁଡା ଠାରେ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆମ୍ବେଦକର ବାଦୀ ଦାମୋଦର ବେହେରା ,ଶିକ୍ଷାବିତ ପ୍ରମୋଦ କୁମାର ଛ ତ୍ରିଆ ,ବିଜୟ ଛ ତ୍ରିଆ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ପ୍ରମୁଖ ଯୋଗଦାନ କରି ଆମ୍ବେଦକର ଙ୍କ ଜୀବନୀ ସମ୍ପର୍କରେ ଅବଗତ କରାଇଥିଲେ ।ଏଥିରେ ଯୁବ ନେତା ରାଧେଶ୍ୟାମ ନାଗ ,ବିନୋଦ ଛତ୍ରିଆ ,ଘାସିରାମ ସୁନାନୀ ,ଅଭିଷେକ ଛତ୍ରିଆ ,ବିଭୁତି ନ।ଏକ ତଥା ଡମ୍ବ ସମାଜର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।ସନ୍ଧ୍ୟାରେ ଅନୁଷ୍ଠାନ ପକ୍ଷରୁ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କୁନି କୁନି ଛାତ୍ର ଛାତ୍ରୀ ନିଜର ଡ୍ୟାନ୍ସ ପରିବେଷଣ କରିଥିଲେ । ଯାହାକି ଲୋକେ ମନ ଭରି ଉପଭୋଗ କରିଥିଲେ ।କାର୍ଯ୍ୟକ୍ରମ କୁ ନିକକଣ୍ଠ ନ।ଏକ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।ଠିକ ସେହିପରି ବଣି ଜରା ମଣ୍ଡି ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ କରିଥିଲେ ।ଏଥିରେ ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ବଣି ଜରା ସରପଞ୍ଚ ପଙ୍କଜ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ଯୋଗଦାନ କରି ଥିଲେ ।ଏଥିରେ ଅନାମ ମଙ୍ଗରାଜ ,ଦିଲିପ ଗୁରୁ ,ଗଜାନନ ,ଅଶ୍ୱବିନ ,ଲୋକନାଥ ,ଗୌତମ ,ରୀଙ୍କୁ ସୁବାଷ ଏବଂ ସରୋଜ ପ୍ରମୁଖ ଉପସ୍ଥିତ ରହି ଥିଲେ ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ‘ ମୁଁ ବି ବିଦ୍ୟାଳୟ ଯିବି’ ସଚେତନତା ରଥ ଶୁଭାରମ୍ଭ 

masiha

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ

masiha

ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡା ବ୍ଲକ୍ ସ୍ତରୀୟ ସର୍ଗିଫୁଲ୍ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!