ନୂଆପଡା : ଖରା ମାସ ଆରମ୍ଭ ହୋଇ ଯାଇ ଥିବାରୁ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଅଛି । ଜଙ୍ଗଳରେ ନିଆଁ ଲାଗିଲେ କେମିତି ଆୟତ୍ତ କରା ଯିବ ସେ ସଂପର୍କରେ ଏକ ସଚେତନତା ବୈଠକ କୋମନା କଲ୍ୟାଣ ମଣ୍ତପ ଠାରେ ଆୟୋଜିତ ହୋଇ ଯାଇଛି ।
କରିଡର ଫାଉଣ୍ତେସନ ଦ୍ବାରା କୋମନା କଲ୍ୟାଣ ମଣ୍ତପରେ ଜଙ୍ଗଳରେ ନିଆଁ ନିରୋଧ ସଚେତନତା ଅଭିଯାନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଖରା ମାସ ଆରମ୍ଭ ହୋଇ ଯାଇ ଥିବାରୁ ଜଙ୍ଗଳରେ ଅଧିକ ନିଆଁ ଲାଗିବାର ସମ୍ଭାବନା ଅଛି । ଜଙ୍ଗଲ ପାଖରେ ଥିବା ଗାଁ ଲୋକେ ମହୁଲ ଗୋଟେଇବା ପାଇଁ ମହୁଲ ଗଛ ତଳେ ନିଆଁ ଲଗାଇ ଥାନ୍ତି । ସେହି ନିଆଁ ଅଣାୟତ୍ତ ହୋଇ ଜଙ୍ଗଲକୁ ଧ୍ବଂସ କରି ଦିଏ । ଜଙ୍ଗଳକୁ ନିଆଁ ଦାୟରୁ ରକ୍ଷା କରିବା ପାଇଁ ଆରସିଡିସିର ହେମନ୍ତ ନାୟକ,ସାମାଜିକ କର୍ମୀ ଶୁକ୍ଲାମ୍ବର ନିଆଲ,ସାମାଜିକ କର୍ମୀ ଦୁଷ୍ମନ୍ତ ଦୁରିଆ,ପୂର୍ବତନ ସରପଞ୍ଚ ସୁନାବେଡା ତିଲସିଂ ମାଝି,ପରିବେଶବିତ୍ ତଥା ପୂର୍ବତନ ୱାଇଲ୍ଡ ଲାଇଫ୍ ୱାଡେନ ମାୟାଧର ସରାଫ ପ୍ରମୁଖ କହି ଥିଲେ । ବୈଠକରେ ସୁନାବେଡା ଅଭୟାରଣ୍ୟ ପାଦଦେଶର ଅନେକ ଲୋକ ଯୋଗଦାନ କରି ଥିଲେ । ଆଗାମୀ ଦିନରେ ଜଙ୍ଗଲକୁ ନିଆଁଠାରୁ ରକ୍ଷା କରିବା ପାଇଁ ସୁନାବେଡା ପାଦଦେଶରେ ଥିବା ଗାଁ ମାନଙ୍କୁ ସାଇକେଲ ଯାତ୍ରା କରି ଲୋକଙ୍କୁ ସଚେତନ କରିବାକୁ ସ୍ଥୀର କରା ଯାଇଛି । କାର୍ଯ୍ୟକ୍ରମକୁ ତେଜରାଜ ପଟେଲ ସହଯୋଗ କରି ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ