ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଥର ଭବାନୀପାଟଣା ଠାରେ ସାଉଥ୍ ଇଣ୍ଡିଆର ଲୋକପ୍ରିୟ ଆଇସକ୍ରିମ “ଅରୁନ୍” !

ଭବାନୀପାଟଣା – ସ୍ଥାନୀୟ ଭବାନୀପାଟଣା ସହର ନକଟିଗୁଡା ଛକ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା କ୍ଷୀରସିନ୍ଧୁ ମାର୍କେଟ କମ୍ପ୍ଲେକ୍ସ ଠାରେ ଦକ୍ଷିଣ ଭାରତର ଲୋକପ୍ରିୟ ବ୍ରାଣ୍ଡ “ଅରୁନ୍” ଦୁଗ୍ଧ ଜାତୀୟ ନୂତନ ଆଇସକ୍ରିମ ପାର୍ଲର HAP ଡେଲି କୁ ଜୁନାଗଡ଼ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏଥିରେ ବିଭିନ୍ନ ରକମର ଆଇସକ୍ରିମ ସହିତ ଦହି, କ୍ଷୀର, ଜନ୍ମଦିନ କେକ୍, ଡ୍ରାଏ ଫ୍ରୁଟ୍ ମିଶ୍ରିତ ଓ ଆହୁରି ଅନେକ ପ୍ରକାରର ଆଇସକ୍ରିମ ଉପଲବ୍ଧ ଥିବା ପାର୍ଲର ମାଲିକ ପ୍ରକାଶ କରିଛନ୍ତି। ଏହା ଅମୂଲ ଭଳି ଏକ ଦୁଗ୍ଧ ଜାତୀୟ ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ଯାହାକି ଦକ୍ଷିଣ ଭାରତରେ ବେଶ୍ ଲୋକପ୍ରିୟ ବ୍ରାଣ୍ଡ। ଏହା ଜିଲ୍ଲାରେ ଭଲ ବ୍ୟବସାୟ କରିବ ବୋଲି ମାଲିକ ଆଶାବାଦୀ ଥିବା ସହ ନୂତନ ଯୁବପୀଢ଼ିଙ୍କୁ ଆକର୍ଷଣ କରିବ ବୋଲି କହିଛନ୍ତି।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ପୌରପାଳିକା ପକ୍ଷରୁ ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରଥମ ପର୍ଯ୍ୟାୟ ରେ ସାମିଲ ହେଲେ ବରିଷ୍ଠ ଅଧିକାରୀ , ଜନପ୍ରତିନିଧି

Sunil Chandra Nayak

ପ୍ରଗତି ଉତ୍କଳ ସଂଘରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ ଅବହେଳିତ ଅବସ୍ଥାରେ 

masiha

Leave a Comment

error: Content is protected !!